ଭୁବନେଶ୍ୱର ; ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୂର୍ବ ଭଳି ଜାରି ରହିଛି। ଆକାଶରୁ ବର୍ଷୁଛି ଅଗ୍ନିବର୍ଷା । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ । ଉପକୂଳ ଜିଲ୍ଲାଗୁଡ଼ିକରେ ଯଦିଓ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ ହେଉଛନ୍ତି।ଖରା ସାଙ୍ଗକୁ ଗରମ ଓ ଝାଞ୍ଜି କଲବଲ କରୁଛି। ଆଜି ସାଢ଼େ ଦୁଇଟି ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ର ୪୪ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝରରେ ୪୩, ସମ୍ବଲପୁରରେ ୪୨.୭, ରାଉରକେଲାରେ ୪୨.୨, ହୀରାକୁଦରେ ୪୧.୮, ଚାନ୍ଦବାଲିରେ ୪୦.୨, ଭୁବନେଶ୍ୱରରେ ୩୯.୯ ଓ ବାଲେଶ୍ୱରରେ ୩୯.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ୭ ଏବଂ ୮ ତାରିଖରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ। ଏଥିଲାଗି ୬ରୁ ୮ ତାରିଖ ମଧ୍ୟରେ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ୭ ତାରିଖରେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

By SonaliP

Leave a Reply

Your email address will not be published. Required fields are marked *