src-approves-rs-10-crore-relief-for-4-districts

ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ରାଜ୍ୟର ୪ଟି ଜିଲ୍ଲା ପାଇଁ ମୋଟ ୧୦ କୋଟି ଟଙ୍କାର ରିଲିଫ୍‌ ରାଶି ମଞ୍ଜୁର କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (SRC)।

ମଞ୍ଜୁର ହୋଇଥିବା ରାଶି ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ପାଇଁ ୫ କୋଟି ଟଙ୍କା, ଗଞ୍ଜାମ ପାଇଁ ୨ କୋଟି, ଗଜପତି ପାଇଁ ୨ କୋଟି ଏବଂ ଝାରସୁଗୁଡ଼ା ପାଇଁ ୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ଅର୍ଥରେ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଘର ମରାମତି, ଫସଲ କ୍ଷତି ଏବଂ ଅନ୍ୟାନ୍ୟ କ୍ଷୟକ୍ଷତି ପାଇଁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଭାବିତ ଲୋକଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବା ସହ କ୍ଷୟକ୍ଷତିର ଆକଳନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ଗୃହ ନିର୍ମାଣ ସହାୟତା, ଫସଲ କ୍ଷତି ସହାୟତା ଏବଂ ରିଲିଫ୍ କ୍ୟାମ୍ପ ଖର୍ଚ୍ଚ ପାଇଁ ଆବଣ୍ଟିତ ପାଣ୍ଠିର ଶୀଘ୍ର ବଣ୍ଟନ କରିବାକୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ SRCଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ, ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବପାତଜନିତ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆକାଶମାର୍ଗରୁ ସର୍ଭେ କରିଥିଲେ। ଏହାସହ ସେଠାରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ।

SRC Approves ₹10 Crore Relief for 4 Districts

By Nirvay

Leave a Reply

Your email address will not be published. Required fields are marked *