ବାପାଙ୍କ ସହ ଆସି ନାମାଙ୍କନ ଭରିଲେ ସୋଫିଆ
କଟକ :ବାରବାଟୀ ଆସନର କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ ଆଜି ନାମାଙ୍କନ ଭରିଛନ୍ତି । ମହମ୍ମଦ ମୋକିମ ଝିଅ ହେଲେ ସୋଫିଆ ଫିରଦୋସ। ସେ କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସବୁ ଦଳର ପ୍ରାର୍ଥୀ ମାନେ ବହୁ ଆଡମ୍ବରରେ ନାମାଙ୍କନ କରିବାକୁ ଆସୁଥିବା ବେଳେ ସେ ତାଙ୍କ ବାପାଙ୍କ ସହ ସାଧାରଣ ଭାବରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୋଫିଆଙ୍କ କହିଥିଲେ କି ଯେଉଁ ପରିମାଣରେ ଖରା ହେଉଛି ଲୋକଙ୍କୁ ଲୋକଙ୍କୁ ରାଲି ପାଇଁ ଡାକି ହଇରାଣ କରିବା ଉଚିତ ନୁହେଁ । ସେଥିପାଇଁ ବାପାଙ୍କ ସହ ଆସି ନାମାଙ୍କନ ଦାଖଲ କରୁଛି । ସୋଫିଆ ଆହୁରି କହିଛନ୍ତି ମୁଁ ଖୁବ୍ ଭାଗ୍ୟବାନ, ଆଗରୁ ମୁଁ ମୋ ବାପାଙ୍କ ପାଇଁ ପ୍ରଚାର କରୁଥିଲି । ଏବେ ବାପା ମୋ ପାଇଁ ପ୍ରଚାର କରିବେ ।

By SonaliP

Leave a Reply

Your email address will not be published. Required fields are marked *