IFS ବିନୟ ପ୍ରଧାନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ପୁଣି ଅଭିଯୋଗ କରିଛି ବିଜେଡି। ୨୦୨୪ ନିର୍ବାଚନରେ IFSଙ୍କ ସମ୍ପୃକ୍ତି ନିର୍ବାଚନ ପ୍ରଭାବିତ କରୁଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ନ୍ୟୁୟର୍କରେ କନସୁଲେଟ୍ ଜେନେରାଲ ଥିବା IFS ବିନୟ ପ୍ରଧାନ ଛୁଟିରେ ଆସି ସମ୍ବଲପୁରରେ ବିଜେପି ସାଂସଦ ପ୍ରାର୍ଥୀ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବ୍ୟକଗ୍ରାଉଣ୍ଡରେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ କରିଛି ବିଜେଡି। ଧର୍ମେନ୍ଦ୍ରଙ୍କ ସହ ବିନୟଙ୍କର ଭଲ ସମ୍ପର୍କ ରହିଥିବାରୁ ସେ ଜାଣି ଶୁଣି ଛୁଟିରେ ଆସି ସମ୍ବଲପୁରରେ ନିର୍ବାଚନ ପ୍ରଚାର ସୂତ୍ରଧର ଥିବା ବିଜେଡି ଅଭିଯୋଗ କରିଛି । ଏହା ପୂର୍ବରୁ ମଧ୍ୟ ଏ ସମ୍ବନ୍ଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେଡି।

By Nirvay

Leave a Reply

Your email address will not be published. Required fields are marked *