ଭୁବନେଶ୍ୱର: କେନ୍ଦ୍ର ବିଦେଶ ମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ଏସ୍ ଜୟଶଙ୍କର କାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୪ ଓ ୫ ଦୁଇଦିନ ଭୁବନେଶ୍ୱର,କଟକ, ସମ୍ବଲପୁରର କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଅନ୍ୟପଟେ ୫ ଅପରାହ୍ନରେ ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଏନେଇ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭୁବନେଶ୍ବରରେ ଦଳର ତୁଙ୍ଗ ନେତାମାନଙ୍କ ସହ ନିର୍ବାଚନ ପ୍ରଚାର ନେଇ ଆଲୋଚନା କରିବେ। ଏହାଛଡ଼ା ତାଙ୍କର କଟକରେ ମଧ୍ୟ ଏକ କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି। ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏପ୍ରିଲ ୨୮ ତାରିଖରେ ଓଡିଶା ଆସି ହାଇ ଭୋଲ୍ଟେଜ ପ୍ରଚାର କରିଥିଲେ।ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିବେକବିହାରରେ ବିଜେପିର ‘ବିଜୟ ସଂକଳ୍ପ’ ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ରାଜ୍ୟ ସରକାରକୁ ସିଧାସଳଖ ଟାର୍ଗେଟ କରିଥିଲେ।

Leave a Reply

Your email address will not be published. Required fields are marked *