ଅଭୟାରଣ୍ୟ ଜଗିବେ ସନ୍ଧାନୀ କୁକୁର। ବନ୍ୟଜନ୍ତୁ ଶିକାର ରୋକିବାକୁ ସନ୍ଧାନୀ କୁକୁର ନିୟୋଜିତ ହେବେ। ଏ ସମ୍ପର୍କରେ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି କୁକୁର ଛଡ଼ାଯିବ। ୭ଟି ବନଖଣ୍ଡରେ ଛଡ଼ାଯିବ ୧୦ଟି ସନ୍ଧାନୀ କୁକୁର। ବଢ଼ୁଥିବା ବନ୍ୟଜନ୍ତୁ ଅପରାଧ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଏନେଇ ଡିଏଫଓଙ୍କୁ ଚିଠି ଲେଖିଲେ ପିସିସିଏଫ୍ । ଅବାଧ ବନ୍ୟଜନ୍ତୁ ଶିକାର ବଢୁଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *