କଳାଧନ ପ୍ରସଙ୍ଗରେ ସରିଲା ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । କଟକ ସ୍ଥିତ ଅରଜିତ ପଶାୟତଙ୍କ ବାସଭବନରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ରାଜ୍ୟରେ ଦୁର୍ନୀତି କମାଇବା ଆମର ଉଦ୍ଦେଶ୍ୟ । ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହେବ। ଦୁର୍ନୀତି ହେଉଥିବା ଜାଣିଲେ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଛି ଏହାକୁ ରୋକ୍‌ ଲଗାଇବା ଜରୁରୀ । ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ ।

ଏହାସହ ଅନ୍‌ଲାଇନ୍‌ ଜୁଆ ନେଇ ଚିନ୍ତା ପ୍ରକଟ କଲେ ଜଷ୍ଟିସ ପଶାୟତ

Leave a Reply

Your email address will not be published. Required fields are marked *