ବାଲେଶ୍ବର : ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ସ୍ଥିତ ସରକାରୀ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ଅଫିସ୍ ଆସି ମାତ୍ର କିଛି ସମୟ କାର୍ଯ୍ୟ କରିଥିଲେ ବିଶ୍ବରଞ୍ଜନ । ପରେ ସରକାରୀ ବାସଭବନରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି l ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସିମୁଳିଆ ପୋଲିସ ଓ ତହସିଲଦାର ପହଞ୍ଚିଛନ୍ତି ।

ସୂଚନା ଅନୁଯାୟୀ, ଜିଲ୍ଲାରୁ ଭିଡିଓ କନଫରେନ୍ସିଂରେ ଯୋଗ ନଦେବାରୁ ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଖୋଜା ପଡିଥିଲା l ସେତେବେଳେ କର୍ମଚାରୀମାନେ ଖୋଜି ଖୋଜି ତାଙ୍କ ସରକାରୀ ବାସଭବନ ଭିତର ପଟୁ କବାଟ ଦିଆଯାଇଥିବା ଦେଖିଥିଲେ । ଫଳରେ କବାଟ ଭାଙ୍ଗି ତାଙ୍କୁ ମୃତ ଅବସ୍ଥାରେ ଝୁଲୁଥିବାର ଦେଖିଥିଲେ l ପରେ ଜିଲ୍ଲା ପ୍ରଶାସନ ଓ ସିମୁଳିଆ ପୋଲିସକୁ ଖବର ଦେଇଥିଲେ l

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *