ରାଜ୍ୟ ରାଜନୈତିରେ ଚାଲିଥିବା ସବୁ କଳ୍ପନାଜଳ୍ପନାରେ ଅନ୍ତ ଘଟାଇ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା ପାଣ୍ଡିଆନ । ଭିକେ ପାଣ୍ଡିଆନ ସନ୍ୟାନ ନେବା ପରେ ତାଙ୍କ ପତ୍ନୀ ସୁଜାତା ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଦଳରେ ସୁଜାତା ପାଣ୍ଡିଆନ ଯୋଗ ଦେଇଛନ୍ତି । ଖୋଦ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । କିନ୍ତୁ ଏହାରି ମଧ୍ୟରେ ବିଜେଡିରେ ସୁଜାତାଙ୍କ ସାମିଲକୁ ନେଇ ଦଳର ବରିଷ୍ଠ ନେତା ଅସନ୍ତୁଷ୍ଟ ଥିବାର ଦେଖିବାକୁ ମିଳିଛି। ସୁଜାତା ବିଜେଡିର ସାମିଲ ଉତ୍ସବକୁ ଆସିଲେନି ପ୍ରମୁଖ ନେତୃବୃନ୍ଦ । ବବି ଦାସ, ବିଶ୍ବ ମଲ୍ଲିକ, ଅଧିରାଜ ପାଣିଗ୍ରାହୀ, ପ୍ରସନ୍ନ ଆଚାର୍ଯ୍ୟ, ରାଜା ସ୍ବାଇଁ, ବଦ୍ରି ପାତ୍ର, ଲତିକା ପ୍ରଧାନ, ବିକ୍ରମ ଆରୁଖ, ଭୂପିନ୍ଦର ସିଂ ଆଦି ପ୍ରଭାଵୀ ନେତାଙ୍କ ଅନୁପସ୍ଥିତିକୁ ନେଇ ବିଜେଡି ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି। Post navigation Odisha Govt To Distribute Free School Bags: ଛାତ୍ରୀଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍ Animated Film ‘Mahaprabhu Jagannath’: ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମକୁ ନେଇ ବିବାଦ; ମହାପ୍ରଭୁଙ୍କ ଉପରେ ‘ଅପଭ୍ରଂଶ’ ଫିଲ୍ମକୁ ଗଜପତିଙ୍କ ବିରୋଧ