ନିମାପଡ଼ାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଯାହା ଅନୁମାନ କରାଯାଉଥିଲା ଆଜି ସେଇଆ ହେଲା ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ।ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଥିବା ଜଣା ପଡ଼ିଛି । ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜେ ସୂଚନା ଦେଇଛନ୍ତି ସମୀର। ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାଶ,‘ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି’,‘ଗୋପ ବିଜେଡି ସଂଗଠନ ଉପରେ ବି ଆସ୍ଥା ହରାଇଛନ୍ତି’,ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍‌ ନୁହେଁ କହିଛନ୍ତି ସମୀର। ଏଥର ଟିକେଟ କଟିବାରୁ ବହୁଦିନ ହେବ ଅସନ୍ତୁଷ୍ଟ ଥିଲେ ସମୀର ଦାଶ।

ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ ସମୀର ହେଲେ ତାଙ୍କ କଥା ଶୁଣିନଥିବା ବିଜେଡି।କିଛିଦିନ ତଳେ ତାଙ୍କ ସମର୍ଥକ ସମୂହ ଇସ୍ତଫା ଦେଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡିରୁ ବିଧାୟକ ହୋଇଥିଲେ।

By Nirvay

Leave a Reply

Your email address will not be published. Required fields are marked *