ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବୋରୱେଲରୁ ଉଦ୍ଧାର ନବଜାତର ଏକୋଇଶିଆ କରାଗଲା ପାଳନ। ଭିମସାରରେ ମେଡିକାଲ କର୍ତ୍ତୃପକ୍ଷ ଏକୋଇଶିଆ ପାଳନ କଲେ। ଏକୋଇଶିଆରେ ମେଡିକାଲ ଟିମ୍ ସାମିଲ ହୋଇ ଝିଅର ନାଁ ବିଜୟିନୀ ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୧୨ ତାରିଖରେ ବୋରୱେଲରୁ ଉଦ୍ଧାର ହୋଇଥିଲା। ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ଜଙ୍ଗଲରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ ଏନେଇ ପୋଲିସ ଓ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ। ୩ଟି ଜେସିବି ମେସିନ ସହାୟତାରେ ବୋରୱେଲକୁ ଲାଗିଥିବା ସ୍ଥାନକୁ ଖୋଳାଯାଇ ଶିଶୁ କନ୍ୟାକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା।

By Nirvay

Leave a Reply

Your email address will not be published. Required fields are marked *