ଭୁବନେଶ୍ୱର: ସ୍ୱାମୀ ପଛେ ଚାଲିଗଲେ ସ୍ତ୍ରୀ । ସ୍ବାମୀଙ୍କ ମୃତ୍ୟୁ ପରେ ଦୁନିଆ ଛାଡି ଯିବାର ନିଷ୍ପତ୍ତି ନେଲେ ସ୍ତ୍ରୀ । ନିକଟରେ ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍‌ପିଟାଲରେ ବିସ୍ଫୋରଣ ଘଟଣା ପ୍ରାଣ ହରାଇଥିଲେ ଦିଲ୍ଲୀପ ସାମନ୍ତରାୟ, ଏବେ ତାଙ୍କ ପତ୍ନୀ ସୁନା ସାମନ୍ତରାୟ ଘଟଣା ପରେ ଆତ୍ମହତ୍ୟା କରିଛନ୍ତି।

ରବିବାର ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ସକାଳେ ତାଙ୍କ ପତ୍ନୀ ସୁନା ସାମନ୍ତରାୟ ଆତ୍ମହତ୍ୟା କରି ଦେଇଛନ୍ତି ।ସୂଚନା ଅନୁଯାୟୀ, ଦିଲ୍ଲୀପ ଓ ସୁନାଙ୍କ ବିବାହକୁ ୨ ବର୍ଷ ପୂରିବାକୁ ଆଉ ଅଳ୍ପ ଦିନ ଥିଲା । ନୂଆଗାଁ ସ୍ଥିତ ବାପଘରେ ଥିବା ସୁନା ସକାଳେ ଏକ କୋଠରୀ ଭିତରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣରେ ୪ ଆହତ, ହସ୍ପିଟାଲରେ ମରାମତି ଚାଲିଥିବାବେଳେ ଘଟିଥିଲା ଅଘଟଣ।

ସେପଟେ ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁନାଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *