ପୁରୀ: ଶ୍ରୀମନ୍ଦିର ୪ ଦୁଆର ଖୋଲିବା ପ୍ରସଙ୍ଗକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଉଛନ୍ତି ଶ୍ରୀ ଜଗନ୍ନାଥ ସେନା। ଜଗନ୍ନାଥ ସେନା ପକ୍ଷରୁ ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପରି ନେଇଛି ଯେ ରତ୍ନଭଣ୍ଡାରର କେବଳ ଲେଜର ସ୍କାନିଂ ହେବ। କିନ୍ତୁ ରତ୍ନ ଗଣତି ହେବ ନାହିଁ। ପରିଚାଳନା କମିଟିର ଏହି ନିଷ୍ପତ୍ତିକୁ ଶ୍ରୀ ଜଗନ୍ନାଥ ସେନା ବିରୋଧ କରୁଛି। ଏହି ନିଷ୍ପତ୍ତିକୁ ସେନା ପ୍ରଶାସନର କୂଟନୀତି ବୋଲି କହିଛି ।ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରକଳ୍ପ ଶେଷ ପରେ ଯଦି ଚାରି ଦୁଆର ଖୋଲାନଯାଏ ତେବେ ଓଡ଼ିଶା ବନ୍ଦ ଡାକରା ଦିଆଯିବ।

 

ସୂଚନାଯୋଗ୍ଯ ଯେ, ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାରକୁ ନେଇ ଭକ୍ତ, ସେବାୟତଙ୍କ ମହଲରେ ସନ୍ଦେହ ବଢ଼ିବାରେ ଲାଗିଥିବା ବେଳେ ଆଜିସୁଦ୍ଧା ରତ୍ନଭଣ୍ଡାର ଚାବି ହଜିବା ଉପରୁ ପରଦା ହଟିପାରୁନି। ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ୧୭ଜଣିଆ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ। ନିର୍ଦ୍ଦେଶ ଥିଲା, ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ, ଅଳଙ୍କାରର ଗଣତି ଓ ମଣତି। ୨୦୧୮ ଏପ୍ରିଲ ୪ରେ ୧୭ଜଣିଆ ଦଳ ବି ବ୍ୟାପକ ସୁରକ୍ଷା ଭିତରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲେ। କିନ୍ତୁ ଯାଞ୍ଚ ପାଇଁ ଯାଇଥିବା ଦଳ ରତ୍ନଭଣ୍ଡାର ଯାଞ୍ଚ ଆବଶ୍ୟକ ନ ପଡ଼ିବାରୁ ଫେରି ଆସିଥିବା ସଫେଇ ଦେଇଥିଲେ। କିନ୍ତୁ ରତ୍ନଭଣ୍ଡାର ଅବସ୍ଥା ଭଲ ନ ଥିବା ଏବଂ ଏହା ଅସୁରକ୍ଷିତ ଅବସ୍ଥାରେ ଥିବା ୧୭ଜଣିଆ ଦଳ ରିପୋର୍ଟ ଦେଇଥିଲେ।

By Nirvay

Leave a Reply

Your email address will not be published. Required fields are marked *