ବୌଦ୍ଧ : ଶେଷରେ ଜେଲ୍ ଗଲେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଆରଟିଓ ବସନ୍ତ କୁମାର ମହାପାତ୍ର ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି । ଭୁବନେଶ୍ୱରର ଅନେକ ସ୍ଥାନରେ ଫ୍ଲାଟ କିଣିଥିବାବେଳେ, ଏକାଧିକ ବ୍ୟାଙ୍କ ଆକାଉଂଟ ଓ ବିଭିନ୍ନ ବଣ୍ଡରେ ଜମା କରିଛନ୍ତି କୋଟି କୋଟି ଟଙ୍କା ।

ଏହାଜଣାପଡିବା ପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବୌଦ୍ଧ ଆରଟିଓ ଅଫିସ, ବସନ୍ତଙ୍କ ଭଡାଘର, ଭୁବନେଶ୍ୱରସ୍ଥିତ ବିଭିନ୍ନ ଠିକଣା, ଭଞ୍ଜନଗର ସ୍ଥିତ ପୈତୃକ ଘରେ ଓ ବ୍ରହ୍ମପୁର ଚଢ଼ାଉ କରାଯାଇଥିଲା । ବସନ୍ତଙ୍କର ସମୁଦାୟ ୧୯କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍ ୪ କୋଟି ୫୦ ଲକ୍ଷର ସୁନା ଗହଣା ଗାଡି ଆସବାବ ପତ୍ର ରହିଥିଲା ।

ଜବତ ସମ୍ପତ୍ତି ମଧ୍ୟରେ କେବଳ ଭୁବନେଶ୍ୱରରେ ରହିଛି ବସନ୍ତଙ୍କର ୫ ଟି ଫ୍ଲାଟ । ଭୁବନେଶ୍ୱର ଓ ବେଙ୍ଗାଲୁରରେ ଆଉ ଦୁଇଟି ଫ୍ଲାଟ କିଣିବା ପାଇଁ ଅଗ୍ରୀମ ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା ଦେଇଛନ୍ତି । ଭୁବନେଶ୍ୱରର ଏକ ବଡ ସପିଂ ମଲରେ ରହିଛି ଦୁଇଟି ବଡ ବଡ ଦୋକାନ ଘର । ବସନ୍ତଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଂଟରେ ରହିଛି ଦୁଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । ବଣ୍ଡ୍ ମାଧ୍ୟମରେ ଜମା ରଖିଛନ୍ତି ୪୮ ଲକ୍ଷ ଟଙ୍କା

୩୧ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ରହିଛି ପାଖାପାଖି ୨୬୦ ଗ୍ରାମର ସୁନା ଅଳଙ୍କାର

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *