ବର୍ଷା ଯୋଗୁ ଦବିଲା ରାସ୍ତା । ଲଗାତାର ବର୍ଷା ଯୋଗୁଁ କଟକର ନୂଆପଡ଼ା-ଖପୁରିଆ ଦବିଗଲା କଂକ୍ରିଟ୍ ରୋଡ୍ । ପ୍ରାୟ ୧୫ ଦିନ ପୂର୍ବେ ସମ୍ପୂର୍ଣ୍ଣ ହୋଇଥିବା ଏହି ରାସ୍ତାଟି ୫ ଫୁଟ୍ ତଳକୁ ଦବିଯାଇଛି। ଯାହା ଫଳରେ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ଅନ୍ୟପଟେ ନିମ୍ନମାନର କାମ ଯୋଗୁ ରାସ୍ତା ଦବିଯାଇଥିବା କହିଛନ୍ତି ସ୍ଥାନୀୟ କର୍ପୋରେଟର । ସେ କହିଛନ୍ତି ରାସ୍ତା କାମ ୧୫ ଦିନ ପୂର୍ବରୁ ଶେଷ ହୋଇଥିଲା। ନିମ୍ନମାନର କାମ ଯୋଗୁଁ ଏହା ଭୁଶୁଡ଼ି ପଡ଼ିଛି। ଏହି ଘଟଣାର ନିରପେକ୍ଷ ତଦନ୍ତ, ଦାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଗୁଣାତ୍ମକ ମାନ ସୁନିଶ୍ଚିତ କରି ରାସ୍ତାର ପୁନଃନିର୍ମାଣ ଦାବି କରାଯାଇଛି। Post navigation Odisha DA Hike: ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର CJP Protest: ଆଜି ମଧ୍ୟାହ୍ନ ସୁଦ୍ଧା ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ୍ ଖୋଲ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ