ବୃଦ୍ଧି ହେଲା ମହଙ୍ଗା ଭତ୍ତା । ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୫% ବୃଦ୍ଧି କଲେ ରାଜ୍ୟ ସରକାର । ଏହି ବୃଦ୍ଧି ପିଛିଲା ଭାବେ ଚଳିତ ବର୍ଷ ଜାନୁଆରି ୧ରୁ ଲାଗୁ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବୃଦ୍ଧି ଫଳରେ ସରକାରୀ କର୍ମଚାରୀଙ୍କ ଡିଏ ୨୫୭ ପ୍ରତିଶତରୁ ବଢ଼ି ୨୬୨ ପ୍ରତିଶତକୁ ପହଞ୍ଚିଛି । କର୍ମଚାରୀଙ୍କୁ ଜୁଲାଇ ମାସ ଦରମାରେ ବର୍ଦ୍ଧିତ ଭତ୍ତା ମିଳିବ ବୋଲି ସୂଚନା ମିଳିଛି । ଅର୍ଥାତ୍ ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତ ବକେୟା ମହଙ୍ଗା ଭତ୍ତା ମଧ୍ୟ କର୍ମଚାରୀମାନେ ପାଇବେ ।

Leave a Reply

Your email address will not be published. Required fields are marked *