ଜନ୍ତର ମନ୍ତରରେ ପେପର ଲିକ୍ ପ୍ରତିବାଦରେ ଚାଲିଥିବା ପ୍ରଦର୍ଶନ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମେଟ୍ରୋ ରେଲ କର୍ପୋରେସନ(ଡିଏମଆରସି) ୧୬ ଷ୍ଟେସନକୁ ବନ୍ଦ କରିବାକୁ ଘୋଷଣା କରିଥିଲା । ଏହାକୁ ନେଇ ଏବେ ସୁପ୍ରିମକୋର୍ଟ ବେଶ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ କରିବା ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ବେଶ କଡା ଟିପ୍ପଣୀ କରିଛନ୍ତି ।

ଆଜି ମଧ୍ୟାହ୍ନ ସୁଦ୍ଧା ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ୍ ଖୋଲିବାକୁ କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ । ସେ କହିଛନ୍ତି ଯଦି ଖୋଲା ନ ଯାଏ, ସର୍ବୋଚ୍ଚ କୋର୍ଟ ହସ୍ତକ୍ଷେପ କରିବ । ସୁପ୍ରିମକୋର୍ଟ ଷ୍ଟେସନ୍ ବନ୍ଦ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୋର୍ଟ କର୍ମଚାରୀ ।

Leave a Reply

Your email address will not be published. Required fields are marked *