ରାଜଧାନୀରେ ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲା ଏବେ ବିଚାରଧିନ ଥିବା ବେଳେ ଆଜି ଭରତପୁର ଥାନାରେ ନୂଆ ଆଇଆଇସି ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଦୀପକ ଖଣ୍ଡାୟତରାୟ ।  ନୂଆ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ମାନସିକ ଶାନ୍ତି ପାଇଁ ଥାନାରେ ପୂଜା ପାଠ କରିଥିବା ସୂଚନା ମିଳିଛି । ପୂଜାପାଠ ସହ ଥାନାର ବିଭିନ୍ନ ସ୍ଥାନରେ ଗଙ୍ଗା ପାଣି ସିଞ୍ଚନ କରି ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଛନ୍ତି ଆଇଆଇସି ଦୀପକ ଖଣ୍ଡାୟତରାୟ ।

ସୂଚନଯୋଗ୍ୟ; ଭୁବନେଶ୍ୱରସ୍ଥିତ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ଓ ଦୁର୍ବ୍ୟବହାର ମାମଲାରେ ଆଇଆଇସି ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଜି ନୂଆ ଆଇଆଇସି ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଦୀପକ ଖଣ୍ଡାୟତରାୟ ।

Leave a Reply

Your email address will not be published. Required fields are marked *