ରାଜ୍ୟରେ ଥିବା ଉଦ୍ଧାର ହୋଇଥିବା ଓରାଙ୍ଗଉଟାନମାନଙ୍କୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠାନିକ ଭାବରେ କୌଣସି ଦେଶ ଏହି ଓରାଙ୍ଗଉଟାନମାନଙ୍କୁ ନେଇ କୌଣସି ଦାବି କରିନାହାନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଏବେ ସମସ୍ତ ଓରାଜ୍‌ଉଟାନ୍ ସୁସ୍ଥ ଅଛନ୍ତି ଏବଂ ଆମେ ଚାହୁଁଛୁ ଯେ ସେମାନେ ଓଡ଼ିଶାରେ ରୁହନ୍ତୁ। ଇଣ୍ଡୋନେସିଆରୁ ଆସିଥିବା ବିଶେଷଜ୍ଞ ଦଳ କେବଳ ସେମାନଙ୍କୁ ଦେଖିବା ପାଇଁ ଆସୁଛନ୍ତି। ଯଦି କୌଣସି ଦେଶ ପକ୍ଷରୁ କୌଣସି ଦାବି କରାଯାଏ, ତେବେ ଭାରତ ସରକାର ସେମାନଙ୍କଠାରୁ ପ୍ରମାଣ ମାଗିବେ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମତ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ,; ସେପ୍ଟେମ୍ବରରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ରାଙ୍କୋଥା ଓ ବାରାପାହି ଜଙ୍ଗଲରେ ନିୟମିତ ପାଟ୍ରୋଲିଂ ବେଳେ ଏହି ବିଦେଶୀ ପ୍ରାଣୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଓରାଙ୍ଗଉଟାନମାନେ ଭାରତର ସ୍ଥାନୀୟ ପ୍ରାଣୀ ନୁହଁନ୍ତି ଏବଂ ସାଧାରଣତଃ ଦକ୍ଷିଣ-ପୂର୍ବ ଏସିଆର ବୋର୍ନିଓ ଓ ସୁମାତ୍ରା ବର୍ଷାବରଣ୍ୟରେ ମିଳିଥାଆନ୍ତି। ତେବେ ଆନ୍ତର୍ଜାତୀୟ ସ୍ତରରେ ଏଯାଏଁ କୌଣସି ଦେଶ ଏହି ପ୍ରାଣୀମାନଙ୍କୁ ନିଜର ବୋଲି ଦାବି କରି ନାହାନ୍ତି।

ଏହି ପ୍ରାଣୀମାନଙ୍କୁ ଯାଞ୍ଚ କରିବା ପାଇଁ ଇଣ୍ଡୋନେସିଆର ଜଙ୍ଗଲ ମନ୍ତ୍ରାଳୟର ଏକ ବିଶେଷଜ୍ଞ ଦଳ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ଠାରୁ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏମାନଙ୍କୁ କେହି ବି ବିଚଳିତ କରନ୍ତୁ ନାହିଁ ଏବଂ ସରକାର ଚାହାଁନ୍ତି ଏମାନେ ଓଡ଼ିଶାରେ ହିଁ ସୁରକ୍ଷିତ ଭାବେ ରହନ୍ତୁ।

Leave a Reply

Your email address will not be published. Required fields are marked *