ଗିରଫ ହେଲେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଦ୍ୟାଧର ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ବିଦ୍ୟାଧର ପତି ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ବର ଶୈଳଶ୍ରୀବିହାରରେ ୧୪୬୦ ବର୍ଗଫୁଟ୍ର ୩ ବିଏଚ୍କେ ଫ୍ଲାଟ୍, ରୁଦ୍ରପୁର ଅଞ୍ଚଳରେ ୧୪୨୨ ବର୍ଗଫୁଟର ୩ ବିଏଚ୍କେ ଫ୍ଲାଟ୍ ରହିଛି ଯାହାର ମୂଲ୍ୟ ପାଖାପାଖି ୨.୨୫ କୋଟି ରହିଥିବା ବେଳେ ବାଲେଶ୍ବର ସହର କୁରୁଡ଼ାସ୍ଥିତ ସୁପ୍ରତୀକ ଆପାର୍ଟମେଣ୍ଟ୍ରେ ୧୫୫୪ ବର୍ଗଫୁଟ୍ର ଏକ ଫ୍ଲାଟ୍ ଜବତ ହୋଇଛି । ଏବଂ ତାଙ୍କ ପାଖରୁ ୯୩୭ ଗ୍ରାମର ସୁନା ଓ ୧.୧୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜମା ରାଶି ରହିଥିବା ଜଣାପଡିଛି । ସବୁ ସମ୍ପତ୍ତିର ସଠିକ୍ ତଥ୍ୟ ନ ଦେଇପାରିଥିବାରୁ ତାଙ୍କୁ ଗିରଫ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋର୍ଟରେ ହାଜର କରାଯାଇଛି । ଏହା ସହ ବିଦ୍ୟାଧର ପତିଙ୍କ ବିରୁଦ୍ଧରେ ସର୍କୁଲାର ନଂ ୦୧/୨୦୨୫ ପଞ୍ଜିକୃତ ହୋଇଛି। ଏହି ମାମଲାର ତଦନ୍ତ ଜାରି ରହିଛି। ସୂଚନା ଯୋଗ୍ୟ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବିଦ୍ୟାଧର ପତିଙ୍କ ଘର ସମେତ ଅଫିସରେ, ଭୁବନେଶ୍ଵର, ବାଲେଶ୍ଵରରେ ଭଡ଼ା ଘର ଓ ସମ୍ପର୍କୀୟଙ୍କ ଘରେ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉରେ ୬ଜଣ ଡିଏସପି, ୩ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସଆଇ ସାମିଲ ରହିଥିଲେ । Post navigation ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା: ଲୁଟେରା ଗିରଫ ବୁର୍ଲା ଭୀମସାରରେ ଚିକିତ୍ସା ଅବ୍ୟବସ୍ଥା; ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ