ଭୁବନେଶ୍ୱରରେ ବର୍ତ୍ତମାନ ଡିଜିପି ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ, ଅନ୍ୟ କେନ୍ଦ୍ର ମନ୍ତ୍ରୀ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜି ଏବଂ ଆଇଜିମାନେ ଉପସ୍ଥିତ ଅଛନ୍ତି । ଦେଶର ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଉଛି । ଏହି ସମୟରେ ପୁଣି ଡିଜିପି କନ୍ଫରେନସକୁ ପୁଣି ଆତଙ୍କୀ ପନ୍ନୁର ଟାର୍ଗେଟ୍ । ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ୍ । ବରିଷ୍ଠ ସାମ୍ବାଦିକଙ୍କ ମେଲକୁ ପଠାଇଲା ଧମକ ପୂର୍ଣ୍ଣ ମେସେଜ୍ । । ପ୍ରଥମେ ଭୁବନେଶ୍ୱରର ବିରୁଦ୍ଧରେ ଭିଡ଼ିଓ ଜାରି କରି ଧମକ ଦେବା ପରେ ଏବେ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ପନ୍ନୁ ନାମରେ ଆସିଛି ଧମକ । ସେ ପୁଲିସ କମିଶନରଙ୍କୁ ଏ ନେଇ ଜଣାଇଥିବା ନିଜେ ସାମ୍ବାଦିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ; ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଦୀର୍ଘଦିନ ଧରି ଏସିଆନ୍ ଏସ୍ ଗଣମାଧ୍ୟମରେ କାମ କରୁଛନ୍ତି । ଯାହାର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ରହିଛି । ତେଣୁ ସେଇ ଗଣମାଧ୍ୟମ ସହିତ ଜଡ଼ିତ ସମସ୍ତଙ୍କୁ ଏଭଳି ମେସେଜ୍ ଆସିଛି । ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧ ତାରିଖରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଟାର୍ଗେଟ୍ କରାଯାଇଛି । ବିମାନ ବନ୍ଦରରେ କୌଣସି ଯାତ୍ରୀ ଗମନାଗମନ ନ କରିବାକୁ ଧମକ ଦିଆଯାଇଛି । ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଅଡ଼ିଓ ବାର୍ତ୍ତାରେ କୁହାଯାଇଛି ।

ସେ କହିଛନ୍ତି ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଆ ଭାଷାରେ ତାଙ୍କୁ ମେସେଜ୍ ଆସିଛି । ତେଣୁ ଏଥିରେ କେହି ଓଡ଼ିଶାର ସମ୍ପୃକ୍ତ ଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି । ଏନେଇ ସେ ଥାନାରେ ଏତଲା ଦେଇଛନ୍ତି ।

ଅନ୍ୟପଟେ ଏହି ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଵନ୍ତ ସିଂ ପନ୍ନୁର ଏକ ଭିଡିଓ ବାର୍ତ୍ତା ଆସିଥିଲା । ବିଦେଶରେ ଥିବା ପନ୍ନୁ ଏକ ଦୁଇ ମିନିଟ୍‌ର ଭିଡିଓ ଜାରି କରି କହିଥିଲା ଯେ ଭୁବନେଶ୍ଵର ଟେମ୍ପଲ୍‌ ସିଟି ଭାବେ ଜଣାଶୁଣା ।

Leave a Reply

Your email address will not be published. Required fields are marked *