ରାଜଧାନୀରେ ଲଜ୍ଜା। ୬ ବର୍ଷର ଶିଶୁକନ୍ୟାକୁ ଦୂଷ୍କର୍ମ କଲା ୭୫ ବର୍ଷିୟ ବୃଦ୍ଧ । ଏଭଳି ଅଭାବନୀୟ ଓ ସ୍ପର୍ଶକାତର ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଇନଫୋସିଟି ଥାନା ନିକଟସ୍କ ଓଗାଳପଡା ଗ୍ରାମରେ । ଶିଶୁ କନ୍ୟାର ପରିବାର ଲୋକେ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିବା ପରେ ପୂଲିସ ଓଗାଳପଡାର ବୃଦ୍ଧ ବିଶ୍ଵନାଥ ସାହୁଙ୍କୁ ଥାନାରେ ଅଟକ ରଖ୍ ପଚରାଉଚରା କରୁଛି । ଏନେଇ ପୁଲିସ ମାମଲା ରୁଜୁ କରିବା ସହ ଅଟକ ବୃଦ୍ଧଙ୍କୁ ଶନିବାର ଦିନ କୋର୍ଟ ଚାଲାଣ କରିବ ବୋଲି ଥାନା ଅଧିକାରୀ କୃପାସିନ୍ଧୁ ବରାଢ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଶିଶୁକନ୍ୟାର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ପିଢିତା ଶିଶୁ କନ୍ୟାକୁ ପୁଲିସ ଚିକିତ୍ସା ପାଇଁ ଜଟଣୀ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇବା ସହ ଡାକରୀମାଇନା କରିଥିବା ଜଣାପଡିଛି । ଇନଫୋସିଟି ଥାନା ଅଞ୍ଚଳରେ ଘଟିଥିବା ଏଭଳି ଅଭାବନୀୟ ଘଟଣାକୁ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏଭଳି ଅମାନୁଷିକ କାଣ୍ଡ କରିଥିବା ଅଭିଯୁକ୍ତ ବୃଦ୍ଧକୁ ଫାଶି ଦଣ୍ଡରେ ଦଣ୍ଡିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଶିଶୁ କନ୍ୟାଟି ମାଗି ଖାଇବାକୁ ଜିଦି କରିଥିଲା। ତେଣୁ ମା’ ତାକୁ ଓଗାଳପଡାରେ ଗାଁରେ ଥିବା ଦୋକାନକୁ ୧୦ ଟଙ୍କା ଦେଇ ଘର ଠାରୁ ୧୦୦ ମିଟର ଦୂରରେ ଥିବା ଦୋକାନକୁ ମାଗି ପାଇଁ ପଠାଇଥିଲେ। ଶିଶୁ କନ୍ୟାଟି ମାଗି ପାଇଁ ଯାଇଥିବା ବେଳେ ବୃଦ୍ଧ ଦୋକାନୀ ଜଣକ ଚକୋଲେଟ ଦେଇ ପ୍ରଲୋଭନ ଦେଖାଇ ତାଙ୍କୁ କୋଳରେ ବସାଇଥିଲେ । ନାଡ଼ୁଣୀ ବୟସର କୂନି ଝିଅଟି ହୋଇଥିବାରୁ ଦୋକାନରେ ଥିବା ଅନ୍ୟ ଗ୍ରାହକ ମାନେ ସନ୍ଦେହ କରିନଥିଲେ। ଗ୍ରାହକ ମାନେ ବିଦା ହୋଇଯିବା ପରେ ଦୋକାନ ଭିତରେ ବିଶ୍ବନାଥ କୂନି ଝିଅଟିକୁ ଦୂଷ୍କର୍ମ କରିଥିଲା। ଶିଶୁ କନ୍ୟାଟି ଘରକୁ ଫେରିବା ବିଳମ୍ବ ହେବାରୁ ମା ଖୋଜି ଦୋକାନ ନିକଟକୁ ଆସିଥିଲେ । ସେତେବେଳେ ଦୋକାନୀ ଜଣକ ଆଉ କିଛି ଚକୋଲେଟ, ମାଗି ସହ ଟଙ୍କା ଦେଇ ଘରକୁ ପଠାଇଥିଲେ । ଝିଅକୁ ବାଟରେ ଦେଖି ମା କାହିଁକି ଢେରି ହେଲା ବୋଲି ପଚାରି ଥିଲେ । କିନ୍ତୁ ଝିଅ ହାତରେ ମୁଠାଏ ଚକୋଲେଟ୍ ଦେଖି ସଦେହ କରିଥିଲେ। କିନ୍ତୁ ଘଟଣାକୁ ସେତେଟା ଗୁରୁତ୍ବ ଦେଇନଥି ଲେ । ଘରକ୍ତ ଯିବାପରେ ଯେତେବେଳେ ଝିଅ ପରିସ୍ରା କରିବାକୁ ଯାଇଥିଲା ତାକୁ କଷ୍ଟ ହେବାରୁ ସେ କାନ୍ଦିବାକୁ ଆରମ୍ଭ କରିଥିଲା। ତେଣୁ ମା’ କଣ ହୋଇଛି ପଚାରିବାରୁ ଝିଅଟି ସବୁକଥା କହିଥିଲା। ଘଟଣା ବିଷୟରେ ଜାଣିବା ପରେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ସହ ଇନଫୋସିଟି ଥାନା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଇନଫୋସିଟି ଥାନା ପୁଲିସ ଘଟଣାର ଚଦନ୍ତ ଆରମ୍ଭ କରିବା ସହ ତୁରନ୍ତ ଭକ୍ତ ଦୋକାନକୁ ସିଲ କରି ଅଭିଯୁକ୍ତକୁ ଉଠାଇ ଥାନାକୁ ନେଇଥିଲେ । ପୁଲିସ ଶୁକ୍ରବାର ଦିନ ଶିଶୁ କନ୍ୟାକୁ ଡାକ୍ତରୀମାଇନା କରାଯାଇଛି । ଶନିବାର ଦିନ ଅଭିଯୁକ୍ତ ବିଶ୍ଵନାଥକୁ କୋର୍ଟ ଚାଲାଣ କରାଯିବ ବୋଲି ଇନଫୋସିଟି ଥାନା ଅଧିକାରୀ କହିଛନ୍ତି । ଏଭଳି ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏଭଳି ଘଟଣାକୁ ଥାନା ଅଧିକାରୀ ଗୁରୁତର ସହ ନେଇ ଚଦନ୍ତ କରିବା ସହ ଅଭିଯୁକ୍ତ ବିରୋଧରେ କଠୋର ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି । Post navigation ୧.୪୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ରାଜସ୍ୱ ବିଭାଗର ଜୁନିୟର ଆସିଷ୍ଟାଣ୍ଟ ଗିରଫ ଆତଙ୍କବାଦୀ ପନ୍ନୁ ନାଁରେ ମିଳିଲା ଧମକପୂର୍ଣ୍ଣ ମେଲ୍