ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଆଇପିଏଲ ଫାଇନାଲରେ ଇତିହାସ ସୃଷ୍ଟି ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ତାର ନୂତନ ଚାମ୍ପିଅନ ପାଇଛି। ଚଳିତ ସିଜିନର ଫାଇନାଲରେରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୮ ବର୍ଷ ମଧ୍ୟରେ ପ୍ରଥମ ଆଇପିଏଲ୍ ଟାଇଟଲ ଜିତିଛି। ଆଇପିଏଲର ଫାଇନାଲ ମ୍ୟାଚରେ, ପଞ୍ଜାବ ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆରସିବି ୨୦ ଓଭରରେ ୧୯୦ ରନ କରିଥିଲା। ଟାର୍ଗେଟର ପିଛା କରି, ପଞ୍ଜାବ କିଙ୍ଗସ ୨୦ ଓଭରରେ ୭ ୱିକେଟରେ ୧୮୪ ରନ କରିଥିଲା। ଅନ୍ୟପଟେ ପ୍ରଥମ ଆଇପିଏଲ୍ ଟାଇଟଲ ଜିତିବା ପରେ ବେଙ୍ଗାଲୁରୁ ଏହାକୁ ଧିମଧାମରେ ପାଳନ କରିବାକୁ ଯାଉଛି। ଆଜି ଆରସିବି ବାଙ୍ଗାଲୋରରେ ଟ୍ରଫି ସହିତ ଏକ ବସ୍ ପରେଡ୍ କରିବାକୁ ଯାଉଥିବା ଜଣାପଡିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଏହି ବିଜୟ ଶୋଭାଯାତ୍ରା ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ। ଏହାର ଆରମ୍ଭ ବିନ୍ଦୁ ବିଧାନ ସୌଧ ହେବ। ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶୋଭାଯାତ୍ରା ଶେଷ ହେବ ବୋଲି ଆରସିବି ନିଜେ ଏହାର ଅଫିସିଆଲ୍ ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ଏହି ସୂଚନା ଦେଇଛି। Post navigation ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ – ୨୦୨୫ ରେ ଓଡ଼ିଆ ଖେଳାଳିଙ୍କ କମାଲ ବେଙ୍ଗାଲୁରୁରେ ଆରସିବିର ବିଜୟ ଉତ୍ସବ ବେଳେ ଦଳାଚକଟା; ୧୧ ମୃତ, ୫୦ ଆହତ