public-darshan-at-jagannath-temple-to-remain-closed-for-14-5-hours-ahead-of-snana-purnima
ଆସନ୍ତା ୨୯ ଜୁନ୍‌ରେ ପଡୁଥିବା ପବିତ୍ର ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ କରିବା ଓ ପୂର୍ବ ପ୍ରସ୍ତୁତି ପାଇଁ ପ୍ରାୟ ସାଢ଼େ ୧୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଅର୍ଥାତ୍ ୨୭ ଜୁନ୍‌ ରାତି ୧୦ଟା ୩୦ରୁ ରବିବାର ଦିନ ୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
 
ସ୍ନାନଯାତ୍ରା ନିମନ୍ତେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଭିନ୍ନ ଗୁପ୍ତ ନୀତି ଓ ପ୍ରସ୍ତୁତି କାର୍ଯ୍ୟ ସମ୍ପାଦନ କରାଯିବ । ସେଥିପାଇଁ ପ୍ରାୟ ସାଢ଼େ ୧୪ ଘଣ୍ଟା ଧରି ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ପାଇପାରିବେ ନାହିଁ । ସ୍ନାନ ପୂର୍ଣ୍ଣିମାରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ଏକତ୍ରିତ ହେବାର ସମ୍ଭାବନା ଥିବାରୁ ନୀତି ନିର୍ଘଣ୍ଟ ଅନୁଯାୟୀ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ।
Public Darshan at Jagannath Temple to Remain Closed for 14.5 Hours Ahead of Snana Purnima

By Nirvay

Leave a Reply

Your email address will not be published. Required fields are marked *