ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଶୁକ୍ରବାର ଖୋର୍ଦ୍ଧା କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥଲେ।

ଗତ ୨୫ ତାରିଖରେ ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନଂ ବୁଥରେ ଗଣ୍ଡଗୋଳ, ମାରପିଟ୍ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପୋଲିସ୍ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ତାଙ୍କର ଜାମିନ ଆବେଦନ ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ଖୋର୍ଦ୍ଧା ବାରର ୪୦ରୁ ଉର୍ଦ୍ଧ ଆଇନଜୀବୀ ପ୍ରଶାନ୍ତଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ । ମାନ୍ୟବର କୋର୍ଟ ପ୍ରଶାନ୍ତଙ୍କ ଓକିଲଙ୍କ ସହ ସରକାରୀ ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ।

ଅନ୍ୟପଟେ ପ୍ରଶାନ୍ତଙ୍କ ବିରୋଧରେ ୧୧୭/୨୪ରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କ ବିରୋଧରେ ଆଇପିସି ଧାରା ୪୫୨, ୪୪୮, ୨୯୪, ୩୫୪, ୩୨୩, ୩୩୨, ୪୨୭, ୧୭୧(ସି), ୫୦୬(ଆଇ), ୩୫୪, ୩୪ ସହ ୩ ପିଡି ପିପି ଆକ୍ଟ ଲାଗିଛି । ନିକଟରେ ସାଂସଦ ଅପରାଜିତା ଷଡଙ୍ଗୀ ଏକ ସିସିଟିଭି ଫୁଟେଜ ଜାରି କରିଥିଲେ । ଯେଉଁଥିରେ ଜଗଦ୍ଦେବ ଇଭିଏମ୍ ଭାଙ୍ଗିନଥିବା ସେ ଦାବି କରିଛନ୍ତି । ପୋଲିସ ଷଡଯନ୍ତ୍ର କରି ଗିରଫ କରିଛି ବୋଲି ବିଜେପି ଦାବି କରିଛି ।

Leave a Reply

Your email address will not be published. Required fields are marked *