ଭୁବନେଶ୍ୱର : ରାଜ୍ୟରେ ବଢ଼ିବାରେ ଲାଗିଛି ଅସ୍ୱାଭାବିକ ମୃତ୍ୟୁ । ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ରାଉରକେଲା ଗତକାଲି ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ରାଉରକେଲା ମେଡିକାଲର ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ ହେବ। ରିପୋର୍ଟ ଆସିଲେ ମୃତ୍ୟୁ କାରଣ ଜଣାପଡ଼ିବ। ବର୍ତ୍ତମାନ ସୁଦ୍ଧା ରାଉରକେଲା RGHରେ ୨୩ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ଗୁରୁତର ଅନ୍ୟ ୧୦ ଜଣଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏବେ ଯାଏଁ ପଶ୍ଚିମ ଓଡ଼ିଶାରୁ ୧୬ଟି ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଏବେ ଯାଏ  ରାଉରକେଲାରେ ୧ ୨,ସମ୍ବଲପୁରରେ ୮, ସୁନ୍ଦରଗଡ଼ରେ ୭, ବଲାଙ୍ଗୀରେ ୬, ଝାରସୁଗୁଡ଼ାରେ ୭, ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସ୍ଥାନରେ ତିନି ଜଣ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ କରାଯାଉଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ତେବେ ମୃତକଙ୍କ ଶରୀରର ତାପମାତ୍ରା ୧୦୩, ୧୦୪ ଅଧିକ ଥିବାରୁ ହିଟ୍‌ୱେଭ୍‌ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

By SonaliP

Leave a Reply

Your email address will not be published. Required fields are marked *