ନବୀନ କହିଲେ ବିଜେଡି ଦଳରୁ ପ୍ରଭାତ ତ୍ରିପାଠୀ ବିଦା ହୋଇଥିବା ଓ ଚିଟଫଣ୍ଡ ମାମଲାରେ ଜେଲ୍ ବି ଯାଇଛନ୍ତି ନବୀନଙ୍କ ମନ୍ତବ୍ୟକୁ ଉପରେ କଡ଼ା ଜବାବ ଦେଇଛନ୍ତି ପ୍ରଭାତ ତ୍ରିପାଠୀ । ଆଜି ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ୨୦୧୭ରେ ଦଳ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା। କେଶ୍ ବିଚାରାଧୀନ ଥିବାରୁ ମାମଲାର ରାୟ ପ୍ରକାଶ ପାଇନି। ତେଣୁ ବିଜେଡି ସଭାପତି ଉଠାଇଲେ। ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତରେ ଭାଷଣ ଦେଇଛି। ୨୦୨୦ ପରେ ଅନେକ କ୍ଷେତ୍ରରେ ଦଳ ପାଇଁ କାମ କରିଛି। ଦଳ ମୋତେ ନିୟୋଜିତ କରିଛି। ୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ କାମ କରିଛି। ୨୪ ନିର୍ବାଚନ ସଭାରେ ଦ୍ବିତୀୟ କ୍ଷମତା କେନ୍ଦ୍ର ମୋତେ ପ୍ରଶଂସା କରିଛ।

ସେହିପରି ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି । ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି । ଚିଟ୍‌ଫଣ୍ଡ କେସ୍ ବିଚାରାଧୀନ ଅଛି । ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ମୁଁ ଗ୍ରହଣ କରିବି । କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ସଭାପତି କହିବା ଠିକ୍ ନୁହେଁ । ଆଉ ମୁଁ ଦଳରେ ନାହିଁ କହିବା ଏହା ମହା ମିଛ ।

ସେ ଆଉ ମଧ୍ୟ କହିଛନ୍ତି ୱାକ୍‌ଫ ପ୍ରସଙ୍ଗ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି । ତେଣୁ ଜାଣିଶୁଣି ମୋତେ ଟାର୍ଗେଟ୍ କରାଯାଉଛି ।ୱାକ୍‌ଫକୁ ନେଇ ଦଳ ଭିତରେ ଉଠୁଛି ପଡୁଛି । ବଡ଼ ଇସ୍ୟୁକୁ ନବୀନ ବାବୁ ଏଡ଼ାଇ ଯାଇଛନ୍ତି । ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଉଛି  । ଏହା ବିଜେଡିର ଭବିଷ୍ୟତ ଠିକ୍‌ ନାହିଁ ବୋଲି ଭାବୁଛି ।

Leave a Reply

Your email address will not be published. Required fields are marked *