ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ଭି କେ ପାଣ୍ଡିଆନ । ଖାଲି ସୋସିଆଲ ମିଡିଆ ନୁହେଁ ଏବେ ପାଣ୍ଡିଆନ ସର୍ବସାଧାରଣ ସ୍ଥାନରେ ଚର୍ଚ୍ଚାରେ ଅଛନ୍ତି । କିଏ ବିଜେଡି ହାରିବା ପାଇଁ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ବେଳେ, ଏବେ ବିଜେପି ବିଜୟର ଶ୍ରେୟ ମଧ୍ୟ ତାଙ୍କୁ ମିଳିଛି ।

 

୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଚର୍ଚ୍ଚାରେ ରହିଛନ୍ତି ଦଳୀୟ ନେତା କାର୍ତ୍ତିକ ପାଣ୍ଡିଆନ। କାରଣ ସେ ପ୍ରତ୍ୟକ୍ଷ ଭାବେ ଭାଜପା ନେତାଙ୍କୁ ଟାର୍ଗେଟ କରିବା ସହ ବିଜେଡି ନ ଜିତିଲେ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ। ଏଣୁ ଏବେ ତାଙ୍କୁ ନେଇ ନାନାଦି ଚର୍ଚ୍ଚା ହୋଇଛି। ସେ ଦିଲ୍ଲୀ ଯାଇଥିବା ନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏସବୁ ମଧ୍ୟରେ ଏକ ହୋର୍ଡିଂକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

 

ଗୁରୁବାର ଦିନ ଝାରସୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ ବିଜେଡି ନେତା ଭି.କେ.ପାଣ୍ଡିଆନ୍‌ଙ୍କ ଫଟୋ ଥିବା ପୋଷ୍ଟରଗୁଡ଼ିକ ରାସ୍ତାକଡରେ ଲାଗିଥିବା ଦେଖିବାକୁ ମିଳିଛି। କେଉଁ ପୋଷ୍ଟରରେ ଓଡ଼ିଆରେ ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’ ବୋଲି ଉଲ୍ଲେଖ କରାଯାଇଛି ତ’ ଆଉ କେଉଁଥିରେ ହିନ୍ଦୀରେ ‘ଭାଜପା କୀ ବିଜୟ କେ ସୂତ୍ରଧାର ପାଣ୍ଡୁ ଧନ୍ୟବାଦ’ ବୋଲି ଲେଖାଯାଇଛି। କେବଳ ଗୋଟିଏ ସ୍ଥାନରେ ଲାଗିଥିବା ପୋଷ୍ଟର ତଳେ ‘ସଞ୍ଜୁ ପଣ୍ଡିତ’ ବୋଲି ଦର୍ଶାଯାଇଥିବା ବେଳେ ଅନ୍ୟ ପୋଷ୍ଟରଗୁଡ଼ିକରେ ଏହି ଧନ୍ୟବାଦ ବାର୍ତ୍ତା ଜଣାଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଉଲ୍ଲେଖ ନାହିଁ।

By SonaliP

Leave a Reply

Your email address will not be published. Required fields are marked *