ଆଜି ଆରମ୍ଭ ହୋଇଛି ସମ୍ବିଧାନ ଭବନରେ ଏନଡିଏର ଗୁରୁତ୍ବପୂର୍ଣ୍ଣ ସଂସଦୀୟ ଦଳ ବୈଠକ । ବୈଠକ ଆରମ୍ଭରେ ଏନଡିଏର ର ସମସ୍ତ ନେତୃତ୍ବ ଏବଂ ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ।ଅନେକ ସାଂସଦ ତଥା ବିଜେପି ବରିଷ୍ଠ ନେତା ଏହି ବୈଠକରେ ସାମିଲ ହୋଇଛନ୍ତି । ସମସ୍ତେ ମୋଦିଙ୍କ ନେତୃତ୍ବ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ଓଡିଶାର ନବ ନିର୍ବାଚିତ ସାଂସଦ ମଧ୍ୟ ସାମିଲ ହୋଇଛନ୍ତି ।

ସଂସଦ ଭବନର ସେଣ୍ଟ୍ରାଲ ହଲରେ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ କରାଯାଇଛି । ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବସମ୍ମତି କ୍ରମେ ପାସ୍ ହେଇଥିଲା । ଏହି ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ବିଭିନ୍ନ ଦଳର ନେତା ସାମିଲ ଥିଲେ ।

ସରକାର ଗଠନ ନେଇ ବିସ୍ତୃତ ଆଲୋଚନା ପରେ ସରକାର ଗଠନ ପାଇଁ ଦାବି ଜଣାଇବେ । ଟିଡିପି, ଜେଡିୟୁ, ଏନସିପି, ଶିବସେନା ଓ ଲୋକଜନଶକ୍ତି ପାର୍ଟିର ନେତା ମାନେ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି ।

ସହଯୋଗୀ ଦଳ ଭାବେ ଜେଡିୟୁ ଓ ଟିଡିପି ସମର୍ଥନ ଜଣାଇବା ସହ ନିଜ ଅଭିଭାଷଣରେ ମୋଦୀଙ୍କୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ମୋଦୀ ୧୦ ବର୍ଷ ହେବ ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ପୂରା ଦେଶର ସେବା କରିବାକୁ ଯାଉଛନ୍ତି । ପୂରା ଭରସା ରହିଛି, ଯାହା କିଛି ବି କାମ ବଳକା ରହିଛି ତାହାକୁ ପୂରା କରିବେ । ବିହାରର ସମସ୍ତ କାମକୁ ପୂରା କରିବେ । ଆମେ ସବୁଦିନ ମୋଦୀଙ୍କ ସାଥୀରେ ରହିବୁ । ଆମେ ଦେଖିଛୁ କିଛି ଲୋକ ଏଥର ଜିତି ଯାଇଛନ୍ତି କିନ୍ତୁ ଆଗାମୀ ଥର ଯେତେବେଳେ ଆସିବୁ ସମସ୍ତଙ୍କୁ ହରାଇ ଆସିବୁ । ବରୋଧୀ ଦେଶ ପାଇଁ ଆଜି ଯାଏଁ କୌଣସି କାମ କରିନାହାନ୍ତି । ଦେଶ ବହୁତ ଆଗକୁ ବଢିବ, ବିହାରର ସବୁ କାମ ପୂରା ହୋଇଯିବ ।

ସେହିପରି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ବହୁମତ ହାସଲ କରିଥିବାରୁ ସମସ୍ତଙ୍କୁ ଶୁଭକାମନା । ନିର୍ବାଚନ ସମୟରେ ୩ ମାସ ପ୍ରଧାନମନ୍ତ୍ରୀ ମୋଦୀ ଟିକିଏ ବି ବିଶ୍ରାମ କରିନାହାନ୍ତି । ଦିନରାତି ପ୍ରଚାର କରିଛନ୍ତି । ଯେଉଁ ଭାବନା ସହ ପ୍ରଧାନମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିଲେ ସେହି ଭାବନା ସହ ପ୍ରଚାର ଶେଷ ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *