ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା। ଭୁବନେଶ୍ୱର, କଟକ,ବାରିପଦା, ବାଲେଶ୍ୱର ଓ କେନ୍ଦୁଝର ଆଦି ସ୍ଥାନରେ ୩ ଶହ ପାର କରିଛି ଇଣ୍ଡେକ୍ସ। ୬ ଟିସହରରେ AIR QUALITY INDEX ବା AQI ୩ ଶହ ପାର କରିଛି। ସେଥିମଧ୍ୟରୁ ବାଲେଶ୍ୱରରର AQI ୩୩୪ ରହିଛି।

ସେହିପରି କଟକରେ ୩୨୦, ବାରିପଦାରେ ୩୧୬, ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି। ସେହିପରି ଅନୁଗୋଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି।

ଗତକାଲି ଅପରାହ୍ଣରେ ଦିଲ୍ଲୀର AQI ୩୩୩ ରହିଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ସୂଚନା ରହିଛି। AQI କ୍ୟାଟାଗୋରୀ ଅନୁଯାୟୀ, ୪୦୧ରୁ ୫ଶହ ମଧ୍ୟରେ ଭାଲ୍ୟୁ ରହିଲେ ସିଭିୟର, ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତି ନିମ୍ନମାନର, ୨୦୧ରୁ ୩୦୦ ମଧ୍ୟରେ ରହିଲେ ନିମ୍ନମାନର ବୋଲି ଧରାଯାଏ।

 

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *