ଭୁବନେଶ୍ଵର: ହାଇଟେକ୍ ହସ୍ପିଟାଲ ଦୁର୍ଘଟଣା ପ୍ରସଙ୍ଗରେ ଘେରିଲା ବିଜେପି । ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ୨୦ ପ୍ରତିଶତରୁ ଅଧିକ ପୋଡି ହୋଇଯାଇଥିଲେ ହସ୍ପିଟାଲରେ ଚିକିତ୍ସା ସୁବିଧା ନାହିଁ ବୋଲି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି । ଏପରି ସ୍ଥିତିରେ ଏସି ମରିମତି କରିବାକୁ ଆସି ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଶରୀର ୯୦ ପ୍ରତିଶତ ପୋଡି ହୋଇଥିବା ଅଭିଯୋଗ କରିଛି ବିଜେପି ।

ତେଣୁ ହସ୍ପିଟାଲ କିଭଳି ସେମାନଙ୍କୁ ଚିକିତ୍ସା କରାଇବାକୁ ନିଜ ପାଖରେ ରଖିଲା ବୋଲି ବିଜେପି ପ୍ରଶ୍ନ କରିଛି । ସେହିପରି ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀ ଡିସେମ୍ବର ୨୭ରେ ଓଡିଶାରେ ଥିଲେ । ଏହାର ଫଟୋ ମଧ୍ୟ ରହିଛି ବୋଲି ବିଜେପି କହିଛି । ଏପରି ସ୍ଥିତିରେ ହସ୍ପିଟାଲରେ ଏତେ ବଡ ଘଟଣା ଘଟିଥିବ ବେଳେ ସେ କୁଆଡେ ଗାଏବ ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି । ଏବେ ମୃତକଙ୍କ ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦେବାକୁ ବିଜେପି ଦାବି କରିଛି । ଯଦି ମିସନାରୀ ଟ୍ରଷ୍ଟକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ତାହେଲେ ଏହି ମୃତକଙ୍କୁ କାହିଁକି ନୁହେଁ ବୋଲି ବିଜେପି ପ୍ରଶ୍ନ କରିଛି । ହସ୍ପିଟାଲ ମାଲିକ ବିଜେଡିର ନେତା ତେଣୁ ଏହି ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ଓ ଶ୍ରମ କମିସନର ଜାଣିଶୁଣି ନିରବ ରହୁଛି କି ବୋଲି ବିଜେପି ପ୍ରଶ୍ନ କରିଛି

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *