ଭୁବନେଶ୍ୱର : ପୋଲିସର ଅପରଗତା କାରଣରୁ ଓଡ଼ିଶାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି । ବିଜେଡି ନିର୍ବାଚନ ହାରିବା ଭୟରେ ହତାଶ ହୋଇ ସରକାରୀ ଦଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି । ନିର୍ବାଚନୀ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଦଳୀୟ ପ୍ରାର୍ଥୀ ଗୁରୁତର ହୋଇ ଚିକତ୍ସାଧୀନ ଅଛନ୍ତି । ଏହାସତ୍ୱେ ପୋଲିସ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏଣୁ ତୁରନ୍ତ ଡିଜିଙ୍କୁ ପରିବର୍ତନ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ନିକଟରେ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ଦାବି କରାଯାଇଛି । ଆଠଗଡ଼, ଭୁବନେଶ୍ୱର, ବରଗଡ଼ରେ ମଧ୍ୟ ହାରିବା ଭୟରେ ବିଜେଡି କର୍ମୀମାନେ ବିଜେପି କର୍ମୀମାନଙ୍କୁ ବାରମ୍ବାର ଆକ୍ରମଣ କରିଛନ୍ତି ।
ନିର୍ବାଚନ ଆଚରଣ ବିଧି ଆଇନ୍‌ର ଉଲ୍ଲଂଘନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ସରକାରୀ କର୍ମଚାରୀମାନେ ଖୋଲାଖୋଲି ଭାବେ ବିଜେଡି ପାର୍ଟି ପାଇଁ ପ୍ରଚାର କରୁଛନ୍ତି । ଏପରିକି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଶଂଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଧମକ ଦେଉଛନ୍ତି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଓ ପରେ ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲା ସମେତ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ବହୁ ହିଂସାକାଣ୍ଡ ହୋଇଛି । ପାଖାପାଖି ୮୦ ବୁଥ୍‌ରେ ନିର୍ବାଚନୀଜନିତ ହିଂସା ଦେଖିବାକୁ ମିଳିଛି । ବିଜେପି ପାର୍ଟିର ୨ ଜଣ ପ୍ରାର୍ଥୀଙ୍କୁ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ହୋଇଥିଲା । ଏସବୁ ପଛରେ ବିଜୁ ଜନତା ଦଳ ନେତାଙ୍କ ସଂପ୍ତୃକ୍ତି ଥିଲା । ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ୨୦ରୁ ୩୦ ଜଣ ବିଜେଡି ଗୁଣ୍ଡା ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ କରିଥିଲେ , ଆକ୍ରମଣରେ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଦଳୀୟ କର୍ମୀ ଆହତ ହୋଇଥିଲେ ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଗୋଷାଣୀନୂଆଗାଁ ଥାନା ଆଗରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀଙ୍କୁ ପୋଲିସ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ ହୋଇଥଲା । ମାତ୍ର ପୋଲିସ କିଛି ନକରି କେବଳ ନୀରବଦ୍ରଷ୍ଟା ସାଜିଥିଲା । ଗତ ମେ’ ୧୫ରେ ଟିଟଲାଗଡ଼ ବିଜେପି ପ୍ରାର୍ଥୀ ଶ୍ରୀ ନବୀନ ଜୈନ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ଗୁଣ୍ଡାମାନେ ତାଙ୍କୁ ଓ ସମର୍ଥକମାନଙ୍କୁ ରାସ୍ତାରେ ଗୋଡାଇ ଗୋଡ଼ାଇ ରକ୍ତାକ୍ତ କରିଥିଲେ ଓ ତାଙ୍କ ସମର୍ଥକ ଦୋଳମଣି ବସ୍ତିଆ ଓ ଲବେନ୍ଦ୍ର ବେହେରାଙ୍କୁ ଗୁଣ୍ଡମାନେ ମାରଣାସ୍ତ୍ର ଦେଖାଇ ବଳପୂର୍ବକ ଅପହରଣ କରି ନେଇଥିଲେ । । ସେହିପରି ଓଡ଼ିଶାରେ ପ୍ରଥମ ପର୍ଯାୟ ନିର୍ବାଚନ ପରେ ଯେଉଁଭଳି ହିଂସାକାଣ୍ଡ ହୋଇଛି । ଏହାକୁ ରୋକିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି । ବିଜୁଜନତା ଦଳର ହାତବାରିସ ସାଜି ସେମାନଙ୍କ ସହଯୋଗୀ ଭଳି କାମ କରୁଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ବିଷୟରେ ପୋଲିସ ମହାନିର୍ଦ୍ଦେଶକ ଗଣମାଧ୍ୟମ ଆଗରେ ସାର୍ବଜନୀନ କରନ୍ତୁ । ନଚେତ ଆନ୍ଧ୍ର ଭଳି ଏଠାରେ ମଧ୍ୟ ତାଙ୍କୁ ବଦଳି କରାଯାଉ । ପୋଲିସର ଅପରଗତା କାରଣରୁ ରାଜ୍ୟରେ ଆଇନଶୃଖଳା ପରିସ୍ଥିତ ବିଗିଡ଼ିଯାଇଥିବାରୁ ଏଠାରେ ଜଣେ ନୂତନ ଡିଜିଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଛି । ଏଥିସହ ଓଡ଼ିଶାରେ ଦ୍ୱିତୀୟ ଓ ଅନ୍ୟାନ୍ୟ ପର୍ଯାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଅବାଧ, ନିରେପକ୍ଷଭାବେ କରିବାକୁ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ଶ୍ରୀରଞ୍ଜନ ମଙ୍ଗରାଜ, ବିଶ୍ୱଜିତ୍ ସ୍ୱାଇଁ, ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

 

By SonaliP

Leave a Reply

Your email address will not be published. Required fields are marked *