ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ଉତ୍ତର ପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଅଜୟ ରାୟଙ୍କୁ ପ୍ରାୟ ଦେଢ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୋଦୀଙ୍କୁ ପ୍ରାୟ ୬ ଲକ୍ଷ ୧୨ ହଜାର ଭୋଟ ମିଳିନଥିବାବେଳେ ଅଜୟ ରାୟଙ୍କୁ ୪ ଲକ୍ଷ ୬୦ ହଜାର ଭୋଟ ମଳିଛି । ୩ୟ ସ୍ଥାନରେ ରହିଛନ୍ତି ବହୁଜନ ସମାଜ ପାର୍ଟିର ଅଥର ଜମାଲ ଲାରି। ତାଙ୍କୁ ୩୩ ହଜାର ୭୬୬ ଭୋଟ ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀରୁ ଜିତିବାର ହ୍ୟାଟ୍ରିକ୍ କରିଥିଲେ । ୨୦୧୪ ଓ ୨୦୧୯ରେ ସେ ବାରାଣାସୀରୁ ଯଥେଷ୍ଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ପୁଣିଥରେ ବିରୋଧିଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ମୋଦି ।

By SonaliP

Leave a Reply

Your email address will not be published. Required fields are marked *