ଆସନ୍ତା ୧୨ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ୧୪ ତାରିଖ ଯାଏଁ ରହିବେ । ୧୩ ତାରିଖରେ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଶପଥ ନେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଗସ୍ତ ହେବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି । ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି ପକାଇ ସେନାର ବନ୍ଧୁକ ମୁନରେ ଭୟଭୀତ ୧୦୪ ଭାରତୀୟ ଆମେରିକାରୁ ବିତାଡ଼ିତ ହୋଇ ଗତକାଲି ଭାରତ ପହଞ୍ଚିଥିବାବେଳେ ଏହି ସମୟରେ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଉଭୟଙ୍କ ସାକ୍ଷାତ ଉପରେ ସମସ୍ତଙ୍କର ନଜର ରହିଛି । Post navigation ମହାକୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ