ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ମତଦାନ ହେବ। ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ଭୋଟ୍ ଗ୍ରହଣ ହେବ। ନିର୍ଦ୍ଧାରଣ ହେବ ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ। ୭ ହଜାର ୩୦୩ ବୁଥ୍‌ରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷ ୮୭ ହଜାର ଭୋଟର। ତେବେ ଓଡ଼ିଶାବାସୀଙ୍କୁ ବହୁ ମାତ୍ରାରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୋଦି। ମୋଦି ନିଜ ସୋସିଆଲ ମିଡିଆରେ ପୋଷ୍ଟର ଲେଖିଛନ୍ତି ଆଜି ଓଡ଼ିଶାରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି।ମୁଁ ରାଜ୍ୟବାସୀଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ କରୁଛି । ଆପଣଙ୍କ ଭୋଟ୍ ଆପଣଙ୍କ ସ୍ଵର- ଏହାକୁ ଦୃଢ଼ ଓ ସ୍ପଷ୍ଟ ଭାବେ ଉତ୍ତୋଳନ କରନ୍ତୁ ।

By Nirvay

Leave a Reply

Your email address will not be published. Required fields are marked *