ଦେଶରେ ଜାରି ରହିଛି ତେଲ ସଙ୍କଟ । ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ରେ ରାତି ରାତି ଜଗି ରହିଛନ୍ତି ଲୋକେ। ଟାଙ୍କିରେ ପେଟ୍ରୋଲ ମାତ୍ର ୨୦୦ ଟଙ୍କା ଓ ଡିଜେଲ ୧୦୦୦ ଟଙ୍କାରୁ ଅଧିକ ନମିଳିବାରୁ ଛାନିଆ ହେଲେଣି ଲୋକ । ପେଟ୍ରୋଲ ଓ ଡିଜେଲ ଅଭାବରେ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜୀବନ। ତେବେ ତୈଳ ସଙ୍କଟକୁ ନେଇ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି କର୍ମଚାରୀ । ଟାଙ୍କି ଆଗରେ ଘଣ୍ଟାଘଣ୍ଟା ଲାଇନ୍ରେ ଠିଆ ହେବା ପରେ ମଧ୍ୟ ତେଲ ମିଳୁନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନତା । ଅନେକ ପମ୍ପରେ ‘ନୋ ଷ୍ଟକ’ ବୋର୍ଡ ଝୁଲୁଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି। କେତେକ ସ୍ଥାନରେ ତେଲ ପାଇଁ ଧକ୍କାଧକ୍କି ଓ ମୁହାମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଲମ୍ବା ଲାଇନ୍ରେ ଠିଆ ହୋଇ ଲୋକେ ନୟାନ୍ତ ହେଉଛନ୍ତି। ଏହା ସହ ପେଟ୍ରୋଲ, ଡିଜେଲ ଏବଂ ସିଏନ୍ଜିର ଏକକାଳୀନ ମୂଲ୍ୟ ବୃଦ୍ଧି ଲୋକଙ୍କ ଉପରେ ମହଙ୍ଗା ପଡ଼ିଛି। ପେଟ୍ରୋଲ ମୂଲ୍ୟ ୩.୧୪ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି, ଯାହା ୯୭.୭୭ ଟଙ୍କାକୁ ପହଞ୍ଚାଇଛି। ସେହିପରି ଡିଜେଲ ୩.୧୧ ଟଙ୍କା ପ୍ରତି ଲିଟର ମହଙ୍ଗା ହୋଇଛି, ଯାହା ୯୦.୬୭ ଟଙ୍କାରେ ପହଞ୍ଚିଛି। Post navigation NEET-UG Re-examination Scheduled for June 21, 2026 After May 3 Paper Leak NEET Exam will be Computer-based from 2027