ନୂଆଦିଲ୍ଲୀ: ନିଜ ପ୍ରଡକ୍ଟ ବିଷୟରେ ମିଛ ବିଜ୍ଞାପନ ଦେଉଥିବାରୁ ପତଞ୍ଜଳି ଆୟୁର୍ବେଦ କମ୍ପାନୀ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ମିଛ ବିଜ୍ଞାପନ ଦେଇ ପୂରା ଦେଶକୁ ଭୁଆଁ ବୁଲାଯାଉଛି ବୋଲି କୋର୍ଟ କହିଛନ୍ତି।

ଏଥିସହିତ ରୋଗ କିମ୍ବା ଅସୁସ୍ଥତା ସହ ଯୋଡ଼ି କମ୍ପାନୀ ନିଜର ପ୍ରଡକ୍ଟର କୌଣସି ବିଜ୍ଞାପନ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। କମ୍ପାନୀକୁ ତତ୍‌ ସମ୍ପର୍କିତ ବିଜ୍ଞାପନ କରିବାକୁ ବ୍ୟାନ୍ କରାଯାଇଛି।

ଭ୍ରମାତ୍ମକ ବିଜ୍ଞାପନ ଦେଇ କମ୍ପାନୀ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରି ଭାରତୀୟ ମେଡିକାଲ ସଂଗଠନ(ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌) ପତଞ୍ଜଳି ଆୟୁର୍ବେଦ ବିରୋଧରେ କୋର୍ଟରେ ଅଭିଯୋଗ କରିଥିଲା। ମଙ୍ଗଳବାର କୋର୍ଟ ରାୟ ଶୁଣାଇ ପତଞ୍ଜଳି ଉପରେ ଅସନ୍ତୋଷ ଝାଡ଼ିଛନ୍ତି।

କେବଳ ସେତିକି ନୁହେଁ, ବିଭିନ୍ନ ମିଡିଆରେ ଭ୍ରମାତ୍ମକ ବିଜ୍ଞାପନ ଦେଇ ପ୍ରଚାର କରୁଥିବାରୁ ପତଞ୍ଜଳି ଆୟୁର୍ବେଦ ଓ ଆଚାର୍ଯ୍ୟ ବାଳକୃଷ୍ଣନଙ୍କ ବିରୋଧରେ କୋର୍ଟ ଅବମାନନା ନୋଟିସ୍ ପଠାଇଛନ୍ତି। ୩ ସପ୍ତାହ ଭିତରେ ଏହାର ଉତ୍ତର ରଖିବାକୁ ସମୟ ଦିଆଯାଇଛି।

ଆଜି ମାମଲାର ଶୁଣାଣି ବେଳେ କମ୍ପାନୀ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଜଷ୍ଟିସ ହିମା କୋହଲି ଓ ଏ. ଅମନୁଲ୍ଲାହଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଗତବର୍ଷ କୋର୍ଟ ମିଛ ବିଜ୍ଞାପନ ନେଇ କମ୍ପାନୀକୁ ତାଗିଦ୍ କରିବା ସତ୍ତ୍ୱେ ବି କମ୍ପାନୀ ବାରମ୍ବାର ମିଛ ବିଜ୍ଞାପନ ଦେବାରୁ ଖଣ୍ଡପୀଠ କଡ଼ା ସମାଲୋଚନା କରିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *