ଆଜିଠାରୁ ଆରମ୍ଭ ହୋଇଯାଇଛି ସଂସଦର ବଜେଟ୍ ଅଧିବେଶନ । ୧୭ଶ ଲୋକସଭାର ଏହା ହେଉଛି ଶେଷ ଅଧିବେଶନ । ଏହି ଅଧିବେଶନ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧନ କରିବେ । ଏହା ପରେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ଆସନ୍ତା ଏପ୍ରିଲ ଓ ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ।

ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ଉପସ୍ଥାପନ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ । ବଜେଟ୍ ଅଧିବେଶନ କାଳରେ ବିରୋଧୀଙ୍କ ପକ୍ଷରୁ ମୁଦ୍ରାସ୍ଫୀତି, ବେରୋଜଗାର, କୃଷକଙ୍କ ସମସ୍ୟା, ମଣିପୁର ହିଂସା, ତଦନ୍ତକାରୀ ଏଜେନ୍ସିର ଦୁରୁପଯୋଗ ଭଳି ପ୍ରସଙ୍ଗ ଉପସ୍ଥାପନ ହେବ ।

 

ରା‌ଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁଙ୍କ କାଳଜୟୀ କବିତା ‘ମିଶୁ ମୋର ଦେହ ଏଦେଶ ମାଟିରେ’ କବିତାକୁ ମନେ ପକାଇଛନ୍ତି। ମିଳିତ ସଦନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି। ନୂଆ ସଂସଦ ଭବନରେ ମୋର ପ୍ରଥମ ଅଭିଭାଷଣ ବୋଲି କହି ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତିା ରାଷ୍ଟ୍ରପତି କହିଛନ୍ତି,ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି। ୭୦ ହଜାରରୁ ଅଧିକ ଅମୃତ ସରୋବର ହୋଇଛି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ଘୋଷଣା କରାଯାଇଛି। ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର। ଐତିହାସିକ ଜି-୨୦ ସମ୍ମିଳନୀ ଆୟୋଜନ କରିଛି। ପ୍ରଥମ ଥର ଏସୀୟ କ୍ରୀଡାରେ ଶହେ ପଦକ ଜିତିଛି ଭାରତ। ସରକାର ଲକ୍ଷାଧିକ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ୩ ଦଶନ୍ଧି ବାଦ୍‌‌ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି। କ୍ରିମିନାଲ୍‌‌ ଜଷ୍ଟିସ ସିଷ୍ଟମ ସଂଶୋଧିତ ହୋଇଛି। ଜନଜାତି ସମୂହର ପ୍ରତିନିଧିତ୍ୱ ଅଧିକାର ବଢିଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି। ବିଶ୍ୱରେ ପ୍ରଥମ ୫ଜି ରାଷ୍ଟ୍ର ଭାବେ ଖ୍ୟାତି ଅର୍ଜନ କରିଛି। ରାଷ୍ଟ୍ରପତି କହିଛନ୍ତି, ମିଶନ ମୋଡ୍‌‌ରେ ସରକାର କାମ କରୁଛନ୍ତି। ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି। ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି। ୩ ତଲାକ୍‌‌ ବିଲ୍‌‌ ମଧ୍ୟ ଆଇନରେ ପରିଣତ ହୋଇଛି।

ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଂକ୍ତିଙ୍କୁ କହିଛନ୍ତି। ମିଶୁ ମୋର ଦେହ ଏ ଦେଶ ମାଟିରେ.. ପଂକ୍ତିକୁ କହିଛନ୍ତି ରାଷ୍ଟ୍ରପତି। ପରେ ପରେ ଏହାକୁ ହିନ୍ଦିରେ ମଧ୍ୟ ଅନୁବାଦ କରିଛନ୍ତି। ସରକାର ୱାନ୍‌‌ ରାଙ୍କ, ୱାନ୍‌‌ ପେନସନ୍‌‌, ଲାଗୁ କରିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *