ନିର୍ଭୟ: ବିଜେଡିର ନୂଆ ମୁଣ୍ଡିଆଳ ଭି କେ ପାଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ସନ୍ଧ୍ୟାରେ ଦିଲ୍ଲୀ ଯାତ୍ରା କରିଛନ୍ତି ।

ସେଠାରେ ସେମାନେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ସାକ୍ଷାତ କରି ମେଣ୍ଟର ଆସନ ବୁଝାମଣା ଚୂଡାନ୍ତ କରିବେ ବୋଲି ଜଣାପଡ଼ିଛି ।

ମେଣ୍ଟ ଓ ଏହାର ରୂପରେଖା ଏକରକମ ଚୂଡାନ୍ତ ହୋଇସାରିଛି ବୋଲି ଖବର ଆସିଛି । ଯେ କୌଣସି ମୁହୂର୍ତ୍ତରେ ଏ ନେଇ ଘୋଷଣା ହୋଇପାରେ ।

ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ସାଙ୍ଗଠନିକ ମହାମନ୍ତ୍ରୀ ମାନସ ମହାନ୍ତି ଓ ଅନ୍ୟାନ୍ୟ ବରିଷ୍ଠ ନେତା ଦିଲ୍ଲୀରେ ଉପସ୍ଥିତ ଅଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *