କଟକ ଗୋପାଳପୁର ଛକରେ ‘ଚନ୍ଦନ’ ବସ୍‌ ଓଲଟିବା ଘଟଣାରେ ଜଣେ ମୃତ, ଓ ୧୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ବ୍ୟକ୍ତି ବସ୍ ର କଣ୍ଡକ୍ଟର ବୋଲି ଜଣା ପଡ଼ିଛି ।

ଆହତ ମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ଭୁବନେଶ୍ବରରୁ ବାଲେଶ୍ବର ଯିବା ରାସ୍ତାରେ କଟକ ଗୋପାଳପୁର ଛକରେ ଜଣେ ସାଇକେଲ ଆରୋହୀକୁ ରକ୍ଷା କରିବାକୁ ଯାଇ ଏ ଦୁର୍ଘଟଣା ହୋଇଥିଲା ବୋଲି ଜଣା ପଡ଼ିଛି ।

କଟକ ବଡ଼ ମେଡ଼ିକାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଆହତ ମାନଙ୍କ ଚିକିତ୍ସା କରୁଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *