ଓଡ଼ିଶାରେ ବିଜେପି ବରିଷ୍ଠ ନେତା ତଥା ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଆଜି ବାଲେଶ୍ୱର ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବାଲେଶ୍ୱର NOCCI ହଲରେ ସକାଳ ସାଢ଼େ ୧୦ଟାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି ଓମ୍ ବିର୍ଲା। ପରେ ସମ୍ବଲପୁର ଯିବେ। ସନ୍ଧ୍ୟା ୬ଟାରେ ସମ୍ବଲପୁର କ୍ଷେତରାଜପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା।

ଆଜି ବାଲେଶ୍ୱରରେ ଆୟୋଜିତ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ,ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି, ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ବିଜେପି ଆସୁ ଚାହୁଁଛନ୍ତି। ୨୫ ବର୍ଷ ସରକାରରେ ଗରିବଙ୍କ ପାଇଁ କିଛି କରିନାହାନ୍ତି। ଓଡ଼ିଶାରେ ସବୁ ଲୋକସଭା ଜିତିବ ବିଜେପି। ଦୁଇ ଜାଗାରେ ଗୋଟିଏ ସରକାର ହେଲେ ବିକାଶର ନୂଆ ଧାରା ଲେଖା ହେବ। ନବୀନ ସରକାର ଲୋକେ ଦେଖିଛନ୍ତି, ଏଥର ବିଜେପି ସରକାର ଦେଖିବେ। ଆଗାମୀ ଦିନରେ ଓଡ଼ିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି। ଦେଶବାସୀ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି।

By Nirvay

Leave a Reply

Your email address will not be published. Required fields are marked *