କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପଶିଯିବା ଫଳରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ସ୍ଥିତିରୁ ୩୦୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପଟ୍ଟାମୁଣ୍ଡାଇ ସ୍ଥିତ କୂଳସାହି ଆଶ୍ରମ ସ୍କୁଲରେ ଗତ ୪ ଦିନ ଧରି ବ୍ରାହ୍ମଣୀ ନଦୀର ବନ୍ୟା ଜଳ ଘେରୋଇ ରହିବା ସହ ୩୦୦ ଛାତ୍ରଛାତ୍ରୀ ଅସହାୟ ଭାବେ ଫସି ରହିଥିଲେ। ଖବର ପାଇବା ପରେ ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବଳ (ODRAF) ର ୩ଟି ୟୁନିଟ୍ର ପ୍ରାୟ ୨୫ ଜଣିଆ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ୍ରାଫ୍ ଟିମ୍ର ଅକ୍ଲାନ୍ତ ପରିଶ୍ରମ ଓ ସାହସିକତା ଯୋଗୁଁ ସମସ୍ତ ୩୦୦ ଜଣ ଛାତ୍ରଛାତ୍ରୀଙ୍କୁ ଜଳବନ୍ଦୀ ଅବସ୍ଥାରୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଉଦ୍ଧାର କରାଯିବା ପରେ ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ପାଟଣାଦେଈ ଆଶ୍ରମ ସ୍କୁଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ସେମାନଙ୍କର ରହିବା, ଖାଇବା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଦୀର୍ଘ ୪ ଦିନ ଧରି ପାଣି ଘେରରେ ରହିବା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି। Post navigation Tamil Nadu CM Vijay Announces New Cars, ₹75,000 Monthly Allowance for MLAs Former Lanjigada MLA Passes Away: ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ