ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଟିଓ ଅଫିସର ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର । ଜଣେ ଟ୍ରକ ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଜଣେ ଟ୍ରକ ମାଲିକଙ୍କ ଦୁଇଟି ‘ହାଇଭା’ (HYVA) ଟ୍ରକକୁ ବିନା କୌଣସି ବାଧାବିଘ୍ନରେ ଚଳାଚଳ କରିବାକୁ ଦେବା ପାଇଁ ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର ଜୁନ୍ ଏବଂ ଜୁଲାଇ ୨୦୨୬ ମାସର ମାସିକ କୋଟା ବାବଦକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାପରେ ଟ୍ରାଫିକ ଇନ୍ସପେକ୍ଟରଙ୍କ ସୁନ୍ଦରଗଡ଼ ସ୍ଥିତ ବାସ ଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ। Post navigation Odisha Flood Situation: ବନ୍ୟାରେ ୯୬ ଜଣଙ୍କୁ କାମୁଡ଼ିଛି ସାପ: ଜନସ୍ୱାସ୍ଥ୍ୟ ବିଭାଗ