ବନ୍ୟାରେ ୯୬ ଜଣଙ୍କୁ କାମୁଡ଼ିଛି ସାପ। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ. ବସନ୍ତ ପ୍ରଧାନ । ସେ କହିଛନ୍ତି ଅନେକ ସ୍ଥାନରେ ବନ୍ୟା ପରେ ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ବନ୍ୟା ସମୟରେ ୯୬ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି । ତେବେ ଠିକ୍ ସମୟରେ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଯୋଗୁଁ କୌଣସି ବ୍ଯକ୍ତିର ମୃତ୍ୟୁ ଘଟିନାହିଁ। ସେହିପରି ବନ୍ୟାରେ ୧୯୫ଟି ଡାଏରିଆ ମାମଲା ଚିହ୍ନଟ ହୋଇଛି। ୨୧ ହଜାରରୁ ଅଧିକଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । Post navigation Lok Sabha Passes The Supreme Court (Number of Judges) Amendment Bill, 2026 Vigilance Nabs Traffic Inspector: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଟ୍ରାଫିକ ଇନ୍ସପେକ୍ଟର