ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଝାରବେଡା ଅଞ୍ଚଳରେ ଜଣେ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ପ୍ରତିବାଦରେ ଆଜି ୫ ହଜାରରୁ ଅଧିକ ଆଦିବାସୀ କୋଇଡା ଥାନା ଅଫିସ୍ ଘେରିଛନ୍ତି।

ସୂଚନା ଅନୁଯାୟୀ; ଗୋ ରକ୍ଷା ନାମରେ ୨ ଦିନ ତଳେ ଝାରବେଡାର ଜଣେ ଆଦିବାସୀ ଯୁବକଙ୍କୁ ଅତି ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ କେ. ବଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।

ତେବେ ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ, ଯାହାକୁ ନେଇ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଅବହେଳାକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଲୋକେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Leave a Reply

Your email address will not be published. Required fields are marked *