ଆଗାମୀ ବାତ୍ୟା ‘ମୁରାସୁ’ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏ ନେଇ ଆଜି ଏସଆରସି କାର୍ଯ୍ୟାଳୟରେ ବାତ୍ୟା ସ୍ଥିତି ଏବଂ ଏହାର ଗତିପଥକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ କରିଛନ୍ତି। ଏହି ସମୀକ୍ଷା ବୈଠକ ପରେ ସୁରେଶ ପୂଜାରୀ କହିଛନ୍ତି ବାତ୍ୟା ମୁରାସୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଥିବାବେଳେ ସମୁଦ୍ର କୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ସେ ଆଉ ମଧ୍ୟ କହିଛନ୍ତି ପୂର୍ବରୁ ଅର୍ଣ୍ଣବ ପରେ ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କୁ ପୁଣି ଥରେ ସେଠାକୁ ଅଣାଯିବ । ଅର୍ଣ୍ଣବ ବେଳେ ୧ ଲକ୍ଷ ୮୦ ହଜାର ୯୨୦ ଜଣ ଲୋକ ଆଶ୍ରୟ ନେଇଥିଲେ । ଏହାସହ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିଦ୍ୟୁତକରଣ ବ୍ୟବସ୍ଥାକୁ ପୁନଃବ୍ୟବସ୍ଥିତ କରାଯାଉଛି ଏବଂ ପ୍ରଭାବିତ ୮ଟି ଜିଲ୍ଲା ମଧ୍ୟରୁ ୪ଟିରେ ଶତ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇସାରିଛି। Post navigation Tribal Youth Assaulted Over Cow Protection: ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରିଲେ ୫ ହଜାରରୁ ଅଧିକ ଆଦିବାସୀ