ଭୁବନେଶ୍ବର : ନିଶା କବଳରେ ଓଡ଼ିଶା । ରାଜ୍ୟ ବଢୁଛି ନିଶା କାରବାର । ମଦ ବିକ୍ରି ଓ କାରବାର ବଢୁଥିବା ବେଳେ ଅନ୍ୟପଟେ ଲମ୍ବି ଚାଲିଛି ଚୋରା ନିଶା ଦ୍ରବ୍ୟ କାରବାରର ସାମ୍ରାଜ୍ୟର ଚେର । ବିଧାନସଭାରେ ଅବକାରୀ ମନ୍ତ୍ରୀ ରଖିଥିବା ଉତ୍ତରରୁ ଆସିଛି ଆଖି ତରାଟି ଦେଲା ଭଳି ତଥ୍ୟ । ଗତ 10 ବର୍ଷ ହେଲା କ୍ରମାଗତ ଭାବେ ବଢ଼ି ଚାଲିଛି ଅବକାରୀ ରାଜସ୍ବ । 2022-23 ଆର୍ଥିକ ବର୍ଷରେ ମଦ କାରବାରରୁ ରାଜ୍ୟ ସରକାରଙ୍କୁ ମିଳିଛି 6 ହାଜର 455 କୋଟି ଟଙ୍କାର ରାଜସ୍ବ । 2023-24 ଆର୍ଥିକ ବର୍ଷରେ ଡିସେମ୍ବର 31 ତାରିଖ ସୁଦ୍ଧା 4 ହାଜର 897 କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି । 10 ବର୍ଷରେ ପାଖାପାଖି 3 ଗୁଣରୁ ଅଧିକ ବଢିଛି ମଦ ରାଜସ୍ବ ।

 

ଅନ୍ୟପଟେ ବ୍ରାଉନ ସୁଗାର, ଗଞ୍ଜେଇ, ଅଫିମ ଭଳି କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରିଛି ଅବକାରୀ ବିଭାଗ । କେବଳ ଗୋଟିଏ ବର୍ଷ 2022-23ରେ 63 କୋଟି 45 ଲକ୍ଷ ଟଙ୍କାର ଚୋରା ନିଶା ଦ୍ରବ୍ୟ ଜବତ କରିଛି ବିଭାଗ । ସେଥିରେ 31 କେଜି 796 ଗ୍ରାମ ବ୍ରାଉନ ସୁଗାର୍, 42 ହାଜର 254 କେଜି ଗଞ୍ଜେଇ, 1959 କେଜି ଅଫିମ, 7 ହାଜର 335 ଲିଟର କଫ ସିରପ ଜବତ ହୋଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *