ଚାଲିଛି ଭୋଟ୍ ଗଣତି । ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ଛୁଇଁଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି । । ୧୪୭ ବିଧାନସଭା ଆସନରୁ ୧୪୧ ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ବର୍ତ୍ତମାନ ସୁଦ୍ଧା ୭୭ଟି ସିଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ସେହିପରି ୫୩ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୧୨ ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଥିବାବେଳେ ସିପିଆଇ ଗୋଟେ ଆଉ ସ୍ୱାଧିନପ୍ରାଥୀ ଆଗରେ ଦୁଇଟି ସିଟରେ ଆଗୁଆ ରହିଛନ୍ତି ।

ଅନ୍ୟପଟେ ଓଡ଼ିଶାରେ ବିଜେପି ୧୮ଟି ଲୋକସଭା ଆସନରେ ଆଗୁଆ ଥିବା ବେଳେ ବିଜେଡି ୩ ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଥିବା ଜଣାଯାଇଛି। ବିଜେପି ଭୁବନେଶ୍ବର, ବାଲେଶ୍ବର, କେନ୍ଦୁଝର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର,ଭଦ୍ରକ, ବ୍ରହ୍ମପୁର, ପୁରୀ, ଲୋକସଭା ଆସନରେ ଆଗୁଆ ଥିବା ଜଣାଯାଇଛି। ତେଣେ ବିଜେଡି ପ୍ରାର୍ଥୀମାନେ କନ୍ଧମାଳ, ଯାଜପୁର ଓ କେନ୍ଦ୍ରପଡ଼ା ଲୋକସଭା ଆସନରେ ଆଗୁଆ ରହିଥିବା ଜଣାଯାଇଛି। କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗରେ ଅଛନ୍ତି।

ଓଡ଼ିଶାରେ ଲୋକସଭା ବିଜେପି ପ୍ରାର୍ଥୀ କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରେ ଅପରାଜିତା, ବ୍ରହ୍ମପୁର ପ୍ରଦୀପ ପାଣିଗ୍ରାହୀ ବହୁମାତ୍ରାରେ ଭୋଟ ପାଇଁ ଆଗରେ ଅଛନ୍ତି।

ଅନ୍ୟପଟେ କଣ୍ଟାବାଞ୍ଜି ବିଧାନସଭାରେ ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ।

Leave a Reply

Your email address will not be published. Required fields are marked *