ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି। ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରୁ ୭୩୧୧ ଭୋଟ୍‌ରେ ଆଗୁଆ ଅଛନ୍ତି। ଲକ୍ଷ୍ନୌ ଲୋକସଭା ଆସନରେ ଆଗରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦିଲ୍ଲୀର ୭ଟି ଲୋକସଭା ଆସନରେ ଚାଲିଛି ଭୋଟ୍‌ ଗଣତି। ତେବେ ଦ୍ୱିତୀୟ ରାଉଣ୍ଡ ଗଣତିରେ ୭ଟି ଯାକ ଆସନରେ ବିଜେପି ଆଗରେ ରହିଛି।ପ୍ରାରମ୍ଭିକ ଧାରା ଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ଆଗରେ ରହିଛନ୍ତି।

ଦକ୍ଷିଣ ଦିଲ୍ଲୀର ବିଜେପି ପ୍ରାର୍ଥୀ ଥିବା ରାମବୀର ସିଂହ ବିଧୁଡି ଆମ୍‌ ଆଦମୀ ପ୍ରାର୍ଥୀ ସହିରାମ ପହଲବାନଙ୍କ ଠାରୁ ୪୨୨୭ ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରେ ବିଜେପିର ଯୋଗେନ୍ଦ୍ର ଚନ୍ଦୋଲିଆ କଂଗ୍ରେସ ପ୍ରାର୍ଥୀ ବିଜେପି ରାଜାଙ୍କ ଠାରୁ ୭୭୩୬ ଭୋଟ୍‌ରେ ଆଗୁଆ ଅଛନ୍ତି। ହିମାଚଳପ୍ରଦେଶ ମଣ୍ଡିରେ ୩୦ ହଜାର ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ । ମିରଟରେ ଅରୁଣ ଗୋଭିଲ ଆଗରେ ଅଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *