ଓଡ଼ିଶାରେ ବିଜେଡି ହେଭିୱେଟଙ୍କୁ ବଡ ଝଟକା । ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡିଛନ୍ତି ଶାସକ ଦଳର ବହୁ ନେତାମନ୍ତ୍ରୀ ।ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ଓଲିଉଡର ବର୍ଷିୟାନ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ଦିଗପହଣ୍ଡି ଆସନରୁ ଲଢ଼ୁଛନ୍ତି। ସେ ବିଜେଡିର ବିପ୍ଲବ ପାତ୍ରଙ୍କଠାରୁ ପ୍ରାୟ ୪ ହଜାର ଭୋଟରେ ଆଗୁଆ ଅଛନ୍ତି। ବିପ୍ଲବ ହେଉଛନ୍ତି ବିଜେଡିର ପୁରୁଖା ନେତା ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଥର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ। ଦଳ ପୁରୁଣା ନେତା ଅମର ପ୍ରସାଦ ଶତପଥୀଙ୍କ ଟିକେଟ କାଟି ଏଥର ବର୍ଷାଙ୍କୁ ବଡ଼ଚଣା ଆସନରେ ଛିଡ଼ା କରାଇଛି। ତେବେ ବଡ଼ଚଣାରେ ବିଜେପିର ଅମର ନାୟକ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବର୍ଷା।

ସେହିପରି ଚମ୍ପୁଆରେ ବିଜେଡିର ଟାଣୁଆ ନେତା ସନାତନ ମହାକୁଡ, ଭଟଲିରେ ସୁଶାନ୍ତ ସିଂ, ଟିଟିଲାଗଡରେ ମନ୍ତ୍ରୀ ଟୁକୁନି ସାହୁ, ମହାକାଳପଡାରେ ଅତନୁ ସବ୍ୟସାଚୀ ନାୟକ, ଆଠଗଡରେ ବିକ୍ରମ କେଶରୀ ଆରୁଖ, ବଲାଙ୍ଗୀରରେ କଳିକେଶ ନାରାୟଣ ସିଂହଦେଓ,  ସତ୍ୟବାଦୀ ସଞ୍ଜୟ ଦାସବର୍ମା, ଜୁନାଗଡରେ ଦିବ୍ୟଶଙ୍କର ମିଶ୍ର, ।ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀଙ୍କ ଠାରୁ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର ପଛୁଆ ରହିଛନ୍ତି । ସୁନ୍ଦରଗଡରେ ଜୁଏଲ ଓରାମଙ୍କ ଠାରୁ ବିଜେଡିର ଦିଲ୍ଲୀପ ତିର୍କୀ ପଛୁଆ ଅଛନ୍ତି ।

ସମ୍ବଲପୁୁର ଲୋକସଭାରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ପଛରେ । ଯାଜପୁରର ଟାଣୁଆ ନେତା ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଚଳିତ ଥର ସମ୍ବଲପୁର ଲୋକସଭା ଆସନରେ ନିର୍ବାଚନ ଲଢୁଥିବା ବେଳେ ପଛୁଆ ରହିଛନ୍ତି। ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେ କଡା ଟକ୍କର ଦେଇଥିଲେ ସୁଦ୍ଧା ପଛରେ ପଡିଛନ୍ତି। ପ୍ରଣବ ଏଠାରେ ଧର୍ମେନ୍ଦ୍ରଙ୍କ ଠାରୁ ୬୫ହଜାରରୁ ଅଧିକ ଭୋଟରେ ପଛରେ ରହିଛନ୍ତି।

ସୁରେଶ ପୂଜାରୀ ମଧ୍ୟ ବିଜେଡିର ଅଳକା ମହାନ୍ତିଙ୍କଠାରୁ ୨୬,୫୮୨ ଭୋଟରେ ବିଜୟୀ ହୋଇଛନ୍ତି। ରାଉରକେଲାରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ସାରଦା ନାୟକ ପଛରେ ପଡ଼ିଛନ୍ତି। ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଗୁଆ ଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ପଛରେ ପଡ଼ି ଯାଇଛନ୍ତି। ବଡ଼ମ୍ବା ଦେବୀ ମିଶ୍ର ପଛରେ ପଡ଼ି ଯାଇଛନ୍ତି।ବୌଦ୍ଧରୁ ପ୍ରଦୀପ ଅମାତ, ଝରିଗାଁରୁ ରମେଶ ମାଝୀ, ବିଜେପୁରରୁ ରିତା ସାହୁ,ଭୁବନେଶ୍ୱର ଏକାମ୍ରରୁ ଅଶୋକ ପଣ୍ଡା, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ପରାଜୟ ସ୍ୱୀକାର କରିଛନ୍ତି ।

 

By SonaliP

Leave a Reply

Your email address will not be published. Required fields are marked *